ଓଡିଶା

odisha

Ghost Fear: ଭୂତ ଭୟରେ ଗାଁ ମାଟି ମାଡୁନାହାନ୍ତି ଲୋକେ

By

Published : Jul 17, 2022, 4:57 PM IST

ଭୂତ ଖାଉଛି ପୁରୁଷ ମୁଣ୍ଡ । ଗୋଟିଏ ପରେ ଗୋଟିଏ ପୁରୁଷର ଜୀବନ ନେଉଛି ଭୂତ । ଜୀବନ ବିକଳରେ ଗାଁ ମାଟି ମାଡୁନାହାନ୍ତି ଲୋକେ l କାରଣ ଯଦି କେହି ଗାଁରେ ରୁହନ୍ତି ତାହାହେଲେ ସେମାନଙ୍କର ମୃତ୍ୟୁ ଘଟିବ ବୋଲି ଗାଁ ଛାଡିଥିବା ଲୋକେ କହିଛନ୍ତି । ତେଣୁ ଭୂତ ଭୟରେ ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଆଜିର ବିଜ୍ଞାନ ଯୁଗରେ ନୟାଗଡ ଜିଲ୍ଲା ଗୁଣ୍ଡୁରୀବାଡି ଗାଁରୁ ଏଭଳି ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Ghost Fear: ଭୂତକୁ ନେଇ କୋକୁଆ ଭୟ, ଗାଁ ମାଟି ମାଡୁନାହାନ୍ତି ଲୋକେ
Ghost Fear: ଭୂତକୁ ନେଇ କୋକୁଆ ଭୟ, ଗାଁ ମାଟି ମାଡୁନାହାନ୍ତି ଲୋକେ

ନୟାଗଡ଼: ଭୂତ ଭୟରେ ଜନଶୂନ୍ୟ ହୋଇଯାଇଛି ଗାଁ l ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ l କାରଣ ଗାଁରେ ରହିଲେ ଗୋଟିଏ ପରେ ଗୋଟିଏ ମଣିଷ ମୁଣ୍ଡ ଖାଉଛି ଭୂତ l ବିଶେଷକରି ଗାଁର ନବ ବିବାହିତଙ୍କ ମୃତ୍ୟୁ ଘଟୁଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୁଣ୍ଡୁରୀବାଡି ଗ୍ରାମରୁ ସାମ୍ନାକୁ ଆସିଛି ଏହି ବିଚିତ୍ର ଘଟଣା । ଭୂତ ଭୟରେ ଦୀର୍ଘ ୩ ବର୍ଷ ହେବ ଗାଁ ମାଟି ମାଡୁନାହାନ୍ତି ଲୋକେ l ଏଠାକାର ଲୋକଙ୍କ କହିବା କଥା, ଭୂତ ପୁରୁଷମାନଙ୍କୁ ମାରି ଦେଉଛି । ସେମାନେ ଯଦି ଗାଁରେ ରୁହନ୍ତି, ତାହାହେଲେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିବ । ବିଜ୍ଞାନ ଯୁଗରେ ଏଭଳି ବିଚିତ୍ର ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Ghost Fear: ଭୂତକୁ ନେଇ କୋକୁଆ ଭୟ, ଗାଁ ମାଟି ମାଡୁନାହାନ୍ତି ଲୋକେ

ଗୁଣ୍ଡୁରୀବାଡି ଗ୍ରାମର ହରିଜନ ସାହିରେ ରହୁଥିଲେ ପ୍ରାୟ ୬ ପରିବାର l ଏବେ ୩ ବର୍ଷ ହେବ ଗାଁରେ କେହି ରହୁନାହାଁନ୍ତି l ବହୁ ଟଙ୍କା ଖର୍ଚ୍ଚ କରି ଗାଁରେ ସେମାନେ ଘରଦ୍ବାର ତିଆରି କରିଥିଲେ l ହେଲେ ଏବେ ସେହି କୋଠା ଘର ଭୂତକୋଠୀରେ ପରିଣତ ହେଲାଣି l ଗତ ୪ ବର୍ଷ ମଧ୍ୟରେ ଗ୍ରାମର ୫ ରୁ ୭ ଜଣ ପୁରୁଷଙ୍କ ଅକାଳରେ ମୃତ୍ୟୁ ଘଟିଛି l ଦୁଇ ବର୍ଷ ମଧ୍ୟରେ ଦୁଇ ନବ ବିବାହିତଙ୍କ ମୁଣ୍ଡ ଯାଇଛି l ଏପରିକି ଗାଁରେ ଆଗରୁ ବସବାସ କରୁଥିବା ଗୋଟିଏ ପରିବାରର ସମସ୍ତ ପୁରୁଷ ସଦସ୍ୟ ଅକାରଣରେ ଆଖି ବୁଜିଥିବା କହିଛନ୍ତି ଗ୍ରାମବାସୀ l ତେବେ ସେହି ବ୍ୟକ୍ତିମାନଙ୍କ ଉପରେ ଭୂତ ସବାର ହୋଇ ତାଙ୍କ ଜୀବନ ନେଉଥିବା ଗ୍ରାମବାସୀ ବିଶ୍ବାସ କରୁଛନ୍ତି l

ଏନେଇ ଗୁଣ୍ଡୁରୀବାଡି ବାସିନ୍ଦା ଜଣେ ତାନ୍ତ୍ରିକ ପାଖକୁ ପ୍ରତିକାର ପାଇଁ ଯାଇଥିଲେ l ଯେଉଁଠାରେ ତାନ୍ତ୍ରିକ ଜଣକ ସେମାନଙ୍କୁ ଗ୍ରାମ ଛାଡି ଅନ୍ୟତ୍ର ବସବାସ କରିବାକୁ କହିବା ସହ ଗ୍ରାମ ନ ଛାଡିଲେ ସେମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ଜୀବନ ହରାଇବେ ବୋଲି ଚେତାବନୀ ଶୁଣାଇଥିଲେ l ଏହାପରେ ଆତଙ୍କିତ ଗ୍ରାମବାସୀ, ନିଜ ଭିଟାମାଟି ଛାଡି ଆଖପାଖ ଅଞ୍ଚଳରେ ବର୍ଷ ବର୍ଷ ଧରି ଆଶ୍ରୟ ନେଇଛନ୍ତି ଏବଂ ପୁନର୍ବାର ନିଜ ଗାଁକୁ ଫେରିଯିବାକୁ ଭୟ କରୁଛନ୍ତି l ଏକବିଂଶ ଶତାବ୍ଦୀରେ ଏଭଳି ଅନ୍ଧବିଶ୍ବାସ ସାଧାରଣରେ ଗ୍ରହଣୀୟ ନୁହେଁ ସତ l ହେଲେ ମୃତ୍ୟୁ ଭୟରେ ଗ୍ରାମବାସୀ ଗାଁ ଛାଡିଛନ୍ତି । ସ୍ଥାନୀୟ ପ୍ରଶାସନ ପାଖରେ ଏହି ଖବର ଥିଲେ ବି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଥଇଥାନ କରାଯାଇନାହିଁ l ତେଣୁ ଗାଁ ଛାଡି ଅନ୍ୟତ୍ର ବସବାସ କରୁଥିବା ଲୋକଙ୍କୁ ଯଥାଶୀଘ୍ର ଥଇଥାନ କରିବା ପାଇଁ ଦାବୀ ହୋଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details