ଓଡିଶା

odisha

ETV Bharat / state

ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ମେକାନିକ୍

କୋରୋନା ମହାମାରୀବେଳେ ସ୍କୁଟରରେ ବୁଲି ଅସହାୟଙ୍କୁ ଯୋଗାଉଛନ୍ତି ରନ୍ଧା ଖାଦ୍ୟ l ନିଜ ସ୍ବଳ୍ପସଞ୍ଚିତ ରୋଜଗାରରୁ ଗତ 14 ମାସ ହେଲା ଏଭଳି ସମର୍ପିତ ସେବା ଜାରି ରଖି ବେଶ ଚର୍ଚ୍ଚାରେ ନୟାଗଡ଼ର ଜଣେ ଗ୍ୟାସ ମେକାନିକ ଚିକୁ ଓରଫ ବିଭୂତି ପଟ୍ଟନାୟକ l ଅଧିକ ପଢନ୍ତୁ...

ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ମେକାନିକ୍
ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ମେକାନିକ୍

By

Published : Jun 3, 2021, 7:28 PM IST

ନୟାଗଡ଼: ଅସହାୟଙ୍କ ଦେବଦୂତ ବିଭୂତି l କୋରୋନା ମହାମାରୀବେଳେ ସ୍କୁଟରରେ ବୁଲି ଅସହାୟଙ୍କୁ ଯୋଗାଉଛନ୍ତି ରନ୍ଧା ଖାଦ୍ୟ l ନିଜ ସ୍ବଳ୍ପସଞ୍ଚିତ ରୋଜଗାରରୁ ଗତ 14 ମାସ ହେଲା ଏଭଳି ସମର୍ପିତ ସେବା ଜାରି ରଖି ବେଶ ଚର୍ଚ୍ଚାରେ ନୟାଗଡ଼ର ଜଣେ ଗ୍ୟାସ ମେକାନିକ ଚିକୁ ଓରଫ ବିଭୂତି ପଟ୍ଟନାୟକ l

ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ମେକାନିକ୍

ରାସ୍ତାକଡ଼ ହେଉ ବସଷ୍ଟାଣ୍ଡ ଅବା ସହରର କେଉଁ ପରିତ୍ୟକ୍ତ ସ୍ଥାନ l ଯେଉଁଠି କେହି ଅସହାୟ ବା ଭୋକିଲା ଲୋକ ନଜରକୁ ଆସନ୍ତି ସେଠି ନିଜର ସ୍ବାଦିଷ୍ଟ ହାତରନ୍ଧା ଧରି ପହଞ୍ଚି ଯାଆନ୍ତି ବିଭୂତି l ଦିନେ କି ଦୁଇ ଦିନ ନୁହଁ, ଗତ ମାର୍ଚ୍ଚ ମାସ ଲକଡାଉନ ପରଠାରୁ ଗରିବ ଓ ଅସହାୟଙ୍କୁ ଏଭଳି ରନ୍ଧାଖାଦ୍ୟ ପରସି ଆସୁଛନ୍ତି ନୟାଗଡ଼ ଓଲଡ଼ଟାଉନର ଗ୍ୟାସ ମେକାନିକ ଚିକୁ ଓରଫ ବିଭୂତି ପଟ୍ଟନାୟକ l

ମାତ୍ର 4ବର୍ଷ ବୟସ ହୋଇଥବା ନିଜ ଏକମାତ୍ର ପୁଅକୁ ହରାଇବା ପରେ ପୁଅ ପାଇଁ ସଞ୍ଚିତ କରିଥିବା ଅର୍ଥ ଏପରି ଅସହାୟଙ୍କ ସେବାରେ ଲଗାଇ ନିଜକୁ ବେଶ ଖୁସି ମନେ ହେଉଥିବା କୁହନ୍ତି ବିଭୂତି l

ଅନ୍ୟପକ୍ଷେ ନିଜର ସ୍ବଳ୍ପ ସଞ୍ଚିତ ଅର୍ଥରେ ବିଭୂତି ଆରମ୍ଭ କରିଥିବା ଏହି ମହତ କାର୍ଯ୍ୟରେ ଏବେ ସହଯୋଗ ପାଇଁ ସହରର କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ଆଗେଇ ଆସିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details