ଓଡିଶା

odisha

By

Published : Nov 9, 2020, 1:47 PM IST

ETV Bharat / state

ମିଳୁନି ସରକାରୀ ସହାୟତା, ସମସ୍ୟାରେ ଚାଷୀ

ବର୍ଷକ ବାରମାସ ଜମିରେ ଚାଷ କରିଥାନ୍ତି ଚାଷୀ । ହେଲେ ପ୍ରକୃତ ଲାଭ ନ ମିଳିବାରୁ ଗରିବ ଓ ଗରିଦ୍ରତା ଭିତରେ କଟୁଛି ଜୀବନ । ସାମାନ୍ୟ ରୋଗପୋକ ପାଇଁ ମଧ୍ୟ ଟଙ୍କା ଟିଏ ନାହିଁ । ସରକାରୀ ପ୍ରୋତ୍ସାହନ ଯେପରି ବାଟ ହୁଡିଛି । ଅଧିକ ପଢନ୍ତୁ...

ମିଳୁନି ସରକାରୀ ସହାୟତା, ସମସ୍ୟାରେ ଚାଷୀ
ମିଳୁନି ସରକାରୀ ସହାୟତା, ସମସ୍ୟାରେ ଚାଷୀ

ନୟାଗଡ: ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି କଠିନ ପରିଶ୍ରମ ବଳରେ ଚାଷୀ ଫଳାଉଛି ସୁନାର ଫସଲ । ହେଲେ ତାକୁ ମିଳୁନି ଉପଯୁକ୍ତ ମୂଲ୍ୟ । କେତେବେଳେ ଭଲ ଫସଲରୁ 2 ପଇସା ଲାଭ ହେଉଛି ତ ଆଉ କେବେ କ୍ଷତି ସହୁଛି ଚାଷୀ । ଧାର କରଜ କରି ଆଣିଥିବା ଟଙ୍କା ବି ସୁଝି ପାରୁନି । ଯେଉଁଥିପାଇଁ ଉପଯୁକ୍ତ ସମୟରେ ଋଣ ଫେରସ୍ତ ଦେଇ ନ ପାରିବାରୁ, ଚିନ୍ତାରେ ଦିନ କାଟୁଛନ୍ତି ନୟାଗଡ ରଣପୁର ବ୍ଲକ କୋଟଣୀଶୀଳା ଗାଁର ଚାଷୀ କୂଳ ।

ମିଳୁନି ସରକାରୀ ସହାୟତା, ସମସ୍ୟାରେ ଚାଷୀ

ପ୍ରାୟ 25 ଏକରରୁ ଉର୍ଦ୍ଧ୍ବ ଜମିରେ ଗାଁର ଅର୍ଦ୍ଧାଧିକ ଲୋକ ଚାଷ କରନ୍ତି । ଏଥିରୁ ହିଁ ପୋଷି ହୁଏ କୁଟୁମ୍ବ । ମାତ୍ର ସରକାରୀ ପ୍ରୋତ୍ସାହନର ଅଭାବଯୋଗୁଁ ବହୁ ସମସ୍ୟା ଭିତରେ ଚାଷ କରୁଛନ୍ତି ଏମାନେ । ତେଣୁ ସରକାରୀ ସହାୟତା ମିଳିଲେ ସେମାନେ ଆହୁରି ଉତ୍କୃଷ୍ଟ ଫସଲ ଫଳାଇପାରନ୍ତେ ବୋଲି କହିଛନ୍ତି ଚାଷୀ ମାନେ ।

ଜମିରେ ବାଇଗଣ, ଭେଣ୍ଡି, କାକୁଡି, ବିନ୍ସ, ଝୁଡଙ୍ଗ ଆଦି ନାନାଦି ପରିବା ଚାଷ କରୁଛନ୍ତି କୋଟଣିଶୀଳା ଗ୍ରାମବାସୀ l ବଜାରରେ ବାଇଗଣ କିଲୋ ପିଛା 70 ରୁ 80 ଟଙ୍କା ଥିବାବେଳେ ଚାଷୀଙ୍କ ଠାରୁ ବ୍ୟବସାୟୀ ମାତ୍ର 10 ରୁ 15 ଟଙ୍କା ଦରରେ କିଣିଥାଏ l ସବୁ ପନିପରିବା ଏମିତି ଶାଗ ମାଛ ଦରରେ ବିକ୍ରି ହୁଏ l ଫଳରେ ଲାଭବାନ ହୁଏ ବ୍ୟବସାୟୀ ଆଉ ନିରାଶ ହୁଏ ଚାଷୀ l ଏଭଳି ସ୍ଥିତିରେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବା ସ୍ବପ୍ନ l

ଅନେକ ସମୟରେ ଫସଲ ପଚିସଢି ନଷ୍ଟ ହୋଇଯାଏ l ଔଷଧ ପାଇଁ ବି ଟଙ୍କା ଟିଏ ମିଳେନି l ଲଘୁଚାପର ଲଗାଣ ବର୍ଷା ହେଲେ ତ କଥା ସରିଲା । କୃଷି ବିଭାଗ ପକ୍ଷରୁ କୌଣସି ସହାୟତା ମିଳୁନଥିବା ବେଳେ, କୃଷି ସମ୍ପର୍କିତ ପରାମର୍ଶ ମଧ୍ୟ ମିଳେନା l ସରକାର ପରିବା ଚାଷୀଙ୍କୁ ସହାୟତା ଦେବା ପାଇଁ କରୁଥିବା ବ୍ୟବସ୍ଥା ଏମାନଙ୍କ ପାଇଁ ସତେ ଯେପରି ସାତ ସ୍ବପ୍ନ ପାଲଟିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details