ନୟାଗଡ଼: ରାଜ୍ୟ ସରକାର ରାଜ୍ୟରେ ୧୬ ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି l ନୟାଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁ ଥିବାବେଳେ RTPCR ପରୀକ୍ଷା କେନ୍ଦ୍ର ତାଲିକାରେ ନୟାଗଡ ଜିଲ୍ଲାକୁ ବାଦ ଦିଆଯାଇଛି ।
RTPCR ପରୀକ୍ଷା କେନ୍ଦ୍ର ତାଲିକାରୁ ନୟାଗଡ଼ ବାଦ, ବଢିଲା ଅସନ୍ତୋଷ - ନୟାଗଡରେ ହେବନି ଆରଟିପିସିଆର କେନ୍ଦ୍ର
RTPCR ପରୀକ୍ଷା କେନ୍ଦ୍ର ତାଲିକାରେ ନୟାଗଡ ଜିଲ୍ଲାକୁ ବାଦ । ଟ୍ବିଟ ଯୋଗେ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି । ଅଧିକ ପଢନ୍ତୁ...
RTPCR ପରୀକ୍ଷା କେନ୍ଦ୍ର ତାଲିକାରୁ ନୟାଗଡ଼ ବାଦ, ବଢିଲା ଅସନ୍ତୋଷ
ଏହା ଜରୁରୀ ସ୍ୱାସ୍ଥ୍ୟସେବା ଦିଗରେ ଅଣଦେଖା କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଞ୍ଜିତ ଦାଶ ଅଭିଯୋଗ କରିଛନ୍ତି l କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ RTPCR ଲାବୋରଟାରୀ ଜିଲ୍ଲାରେ ସ୍ଥାପନା ଜରୁରୀ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l ନୟାଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ଦ୍ରୁତ ସଂଖ୍ୟାବୃଦ୍ଧିକୁ ଆଖି ଆଗରେ ରଖି ଆସନ୍ନ ବିପଦ ଏଡାଇବା ପାଇଁ ତୁରନ୍ତ ଏହି ପରୀକ୍ଷାଗାର ସ୍ଥାପନ ପାଇଁ ସାନି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରଞ୍ଜିତ ଦାଶ ଟୁଇଟ କରି ଅନୁରୋଧ କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ