ନୟାଗଡ଼:ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ଜିଲ୍ଲାକୁ ସତର୍କ ରହିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର l ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନୟାଗଡ଼ CDMO ଶକ୍ତି ପ୍ରସାଦ ମିଶ୍ର କହିଛନ୍ତି ।
ସାମ୍ଭାବ୍ୟ ୩ୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଲେ CDMO । ଅଧିକ ପଢନ୍ତୁ...
ଗ୍ରହଣ କରାଯାଇଥିବା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ CDMO କହିଛନ୍ତି, କୌଣସି ଶିଶୁ କୋଭିଡରେ ଆକ୍ରାନ୍ତ ହେଲେ ଜିଲ୍ଲାରେ ଥିବା କୋଭିଡ଼ କେୟାର ହସ୍ପିଟାଲରେ ରଖାଯାଇ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଖଣ୍ଡପଡ଼ା, ଚାନ୍ଦପୁର, ଓଡଗାଁରେ କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି l ଏଥିରେ ଅକ୍ସିଜେନ ଏବଂ ICUର ସୁବିଧା ରହିଛି । ସେହିପରି ଜିଲ୍ଲାରେ ପ୍ରତ୍ୟେକ ଦିନ 2ରୁ 3 ହଜାର ଶିଶୁଙ୍କ କୋଭିଡ ପରୀକ୍ଷା କରାଯାଉଥିବାବେଳେ ଦୈନିକ ମାତ୍ର 6 ରୁ 8 ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତୃତୀୟ ଲହର ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ମୁଖ୍ୟ ଚିକିତ୍ସାଳୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା CDMO ସୂଚନା ଦେଇଛନ୍ତି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ