ନୟାଗଡ଼:ଜରାଜୀର୍ଣ୍ଣ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି । ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥୀ ପଟ୍ଟନାୟକ ତଥା ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ । ହେଲେ ଜରାଜୀର୍ଣ୍ଣ ଭାବେ ରହିଛି ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି l
ତେବେ ଦାଶରଥୀ ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ବହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ନୟାଗଡ଼ର ୨ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଆଇନଜୀବି ରଞ୍ଜିତ ଦାଶ l ମଞ୍ଚରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ l ଏପରି ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ l