ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଓଡଗାଁ ବ୍ଲକରେ କଂଗ୍ରେସର ଧାରଣା - ନୟାଗଡ଼ କଂଗ୍ରେସ

ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଓଡଗାଁ ବ୍ଲକ ସାମ୍ନାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଓଡଗାଁ ବ୍ଲକରେ ଧାରଣା ଦେଲା ନୟାଗଡ଼ କଂଗ୍ରେସ
ବିଭିନ୍ନ ଦାବି ନେଇ ଓଡଗାଁ ବ୍ଲକରେ ଧାରଣା ଦେଲା ନୟାଗଡ଼ କଂଗ୍ରେସ

By

Published : Jul 9, 2021, 8:53 AM IST

ନୟାଗଡ଼: ଜିଲ୍ଲା ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଓଡଗାଁ ବ୍ଲକ ସାମ୍ନାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଅଖିଳ ଭାରତ କଂଗ୍ରେସ ଆହ୍ବାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀ ଉପରେ ମୂଲ୍ୟବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 2930 ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବିରେ କଂଗ୍ରେସ ଦଳ ବିକ୍ଷୋଭ କରିଛି l

ବିଭିନ୍ନ ଦାବି ନେଇ ଓଡଗାଁ ବ୍ଲକରେ ଧାରଣା ଦେଲା ନୟାଗଡ଼ କଂଗ୍ରେସ

ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ପେଟ୍ରୋଲ ଦରରେ ଅହେତୁକ ଦରବୃଦ୍ଧି କରାଇ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି l ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଆବାହନରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡା,ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ପ୍ରମୁଖଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ରହି ଧାରଣା ଦେଇଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details