ଓଡିଶା

odisha

ETV Bharat / state

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ନୟାଗଡ଼ କଂଗ୍ରେସର ଧାରଣା - ନୟାଗଡ଼ କଂଗ୍ରେସର ଧାରଣା

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସ ନୟାଗଡ଼ କଲେଜ ରୋଡ଼ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଧାରଣା ଦେଇଥିଲା । ଅଧିକ ପଢନ୍ତୁ...

ତୈଳ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ନୟାଗଡ଼ କଂଗ୍ରେସର ଧାରଣା
ତୈଳ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ନୟାଗଡ଼ କଂଗ୍ରେସର ଧାରଣା

By

Published : Jun 11, 2021, 10:39 PM IST

ନୟାଗଡ଼: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସ ନୟାଗଡ଼ କଲେଜ ରୋଡ଼ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଧାରଣା ଦେଇଥିଲା । ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକିର ଚରଣ ମଲ୍ଲଙ୍କ ଆବାହକତ୍ୱରେ ଏହି ଧାରଣା ଦିଆଯାଇଥିଲା ।

ତୈଳ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ନୟାଗଡ଼ କଂଗ୍ରେସର ଧାରଣା

ପ୍ରଦେଶ କଂଗ୍ରେସ ଆହ୍ୱାନରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ବରିଷ୍ଠ ନେତା ସିନ୍ଦୁରିଆ ସମିତି ସଭ୍ୟ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ଉପ ସଭାପତି କାମଳ ଚରଣ ସାହୁ, ଆରଜିପିଆରଏସ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ୍ୟ ଅମଜାଦ ଖାଁ, ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ରଙ୍କ ସହ ପ୍ରାୟ ୨୫ ଜଣ କୋଭିଡ ନିୟମ ଅନୁପାଳନ କରି ତୈଳ ଦରବୃଦ୍ଧି ପ୍ରତ୍ୟାହାର କରିବା ଏବଂ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ ସହିତ ନାରାବାଜି କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପାମ୍ପ ପ୍ରାଙ୍ଗଣରେ ଦଳୀୟ କର୍ମୀମାନଙ୍କ ଦ୍ୱାରା ୨ ଘଣ୍ଟିଆ ବିକ୍ଷୋଭ ଏବଂ ଧାରଣା ଦେଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details