ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟ ସେବା ଶିବିରକୁ କଂଗ୍ରେସର ସମାଲୋଚନା - ସ୍ୱାସ୍ଥ୍ୟ ସେବା ଶିବିରକୁ କଂଗ୍ରେସର ସମାଲୋଚନା

ନୟାଗଡରେ ଆୟୋଜିତ ବିଶାଳ ସ୍ୱାସ୍ଥ୍ୟସେବା ଶିବିରକୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ଏହାକୁ ଏକ ଲୋକଦେଖାଣିଆ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ସେବା ଶିବିରକୁ କଂଗ୍ରେସର ସମାଲୋଚନା
ସ୍ୱାସ୍ଥ୍ୟ ସେବା ଶିବିରକୁ କଂଗ୍ରେସର ସମାଲୋଚନା

By

Published : Nov 29, 2021, 7:38 PM IST

ନୟାଗଡ: ଜିଲ୍ଲା ପ୍ରଶାସନ ଗତକାଲି(ରବିବାର) ନୟାଗଡରେ ଆୟୋଜିତ କରିଥିଲା ବିଶାଳ ସ୍ୱାସ୍ଥ୍ୟସେବା ଶିବିର । ଏଥିରେ ଜିଲ୍ଲାର କୋଣଅନୁକୋଣରୁ ଲୋକେ ସାମିଲ ହୋଇ ସେବା ପାଇଥିଲେ । ମାତ୍ର ଏହାକୁ ନୟାଗଡ଼ କଂଗ୍ରେସ ସମାଲୋଚନା କରିଛି । ଶିବିରରେ ବ୍ୟାପକ ଅବ୍ୟବସ୍ଥା ନେଇ ନୟାଗଡ କଂଗ୍ରେସ ଅଭିଯୋଗ କରିଛି । ଏନେଇ ନୟାଗଡ କଂଗ୍ରେସ ପକ୍ଷରୁ ପ୍ରେସବାର୍ତ୍ତା ଜାରି କରାଯିବା ସହ ନୟାଗଡ କଂଗ୍ରେସ ସଭାପତି ରଞ୍ଜିତ ଦାସ ସମାଲୋଚନା କରିଥିଲେ ।

ସ୍ୱାସ୍ଥ୍ୟ ସେବା ଶିବିରକୁ କଂଗ୍ରେସର ସମାଲୋଚନା

ନୟାଗଡରେ ଇଫକୋ ସମେତ ଅନ୍ୟାନ୍ୟ ସାର କମ୍ପାନୀ ପ୍ରାୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କମ ରେଫର ବେଶୀ କରାଯାଇ ଆମ୍ରି ଆପୋଲୋ କେୟାର ହସ୍ପିଟାଲ ପାଇଁ ଅଭିନବ ମାର୍କେଟିଂ କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଞ୍ଜିତ ଦାସ କହିଛନ୍ତି । ବହୁ ଆଶା ନେଇ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ପାଇଁ ରୋଗନିଦାନ ତତ୍ତ୍ୱ ଅନୁସାରେ ରୋଗ ନିରୂପଣ ପାଇଁ କୌଣସି ଯାନ୍ତ୍ରିକ ସରଞ୍ଜାମ ବ୍ୟବହାର କରାନଯାଇ କେବଳ ପ୍ରେସକ୍ରିପସନ ଦିଆଯିବା ସହିତ ଭୁବନେଶ୍ୱର ଯାଇ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଯାହାକି ପ୍ରଚାର ସର୍ବସ୍ବ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ହୋଇଥିବା ଜିଲ୍ଲା କଂଗ୍ରେସ କହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details