ନୟାଗଡ଼:ପ୍ରକାଶ ପାଇଲା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ। ଚଳିତ ବର୍ଷ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ 3ରେ ମୋଟ ପାସହାର 87.69 ପ୍ରତିଶତ ରହିଛି। ବିଜ୍ଞାନରେ ୮୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ସେହିଭଳି କଳାରେ ୯୩.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ବାଣିଜ୍ୟରେ ୭୧.୩୦ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।
ବିଜ୍ଞାନରେ ଛାତ୍ର ଅବିନାଶ କର ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିଭଳି କଳାରେ ଟପ୍ପର ହୋଇଛନ୍ତି ଆଲୋକ କୁମାର ସାହୁ। ବାଣିଜ୍ୟ ବିଭାଗରେ ରଜତ କୁମାର ସାହୁ ଟପ୍ପର ହୋଇଛନ୍ତି। ତେବେ ଚଳିତ ବର୍ଷ ପ୍ରତ୍ୟେକ ବିଭାଗରେ ଛାତ୍ରମାନେ ବାଜିମାତ କରିଛନ୍ତି। ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ଛାତ୍ରମାନେ ଖୁସୀ ଜାହିର କରିଛନ୍ତି। ଏଥିପାଇଁ ପରୀକ୍ଷା ପୂର୍ବରୁ ବହୁ ପରିଶ୍ରମ କରିଥିବା ଛାତ୍ରମାନେ କହିଛନ୍ତି।