ଓଡିଶା

odisha

ETV Bharat / state

Vigilance Trap: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ - nayagarh assistant civil supplies officer

ଭିଜିଲାନ୍ସ ପଞ୍ଝାରେ(vigilance raid) ଅତିରିକ୍ତ ଯୋଗାଣ ଅଧିକାରୀ । ନୟାଗଡ଼ ଜିଲାର ଅତିରିକ୍ତ ଯୋଗାଣ ଅଧିକାରୀ(Assistant Civil Supplies Officer ) ଜୟନ୍ତ କୁମାର ଦାସଙ୍କ ବାସ ଭବନ ସମେତ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଅଧିକ ପଢନ୍ତୁ

vigilance raid: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାକାଳୀନ ୬ଟି ସ୍ଥାନରେ ଚଢାଉ
vigilance raid: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

By

Published : Dec 4, 2021, 2:59 PM IST

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ । ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ( Assistant Civil Supplies Officer of Nayagarh ) ଜୟନ୍ତ କୁମାର ଦାସଙ୍କ ବାସ ଭବନ, ସରକାରୀ କାର୍ଯ୍ୟାଳୟ ସମେତ 6 ଗୋଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ସେ ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ, ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ଥିଲା । ବିଶେଷକରି ନୟାଗଡ଼ ଜିଲ୍ଲାର ସମସ୍ତ ରାଇସ ମିଲରଙ୍କ ସହ ତାଙ୍କର ଘନିଷ୍ଠତା ଥିବା ନେଇ ଅଭିଯୋଗ ହେଉଥିଲା l

vigilance raid: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

ନିମ୍ନମାନର ଚାଉଳ ଓ ଗହମ ଯୋଗାଣ ସହ, ସରକାରୀ ଅର୍ଥ ହଡପ କରିବା, ରାଇସ ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିବା, ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ହୋଇଥିଲା ତାଙ୍କ ନାମରେ । ତେବେ ଜୟନ୍ତ ଦାସଙ୍କର ନୟାଗଡ଼ କଲେଜ ରୋଡ଼ରେ ଏକ ଚାରି ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ରହିଛି । ତାଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ବହୁ ପ୍ଲଟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଚଳିତ ସପ୍ତାହରେ ଜୟନ୍ତ ଦାସଙ୍କର ନୟାଗଡ଼ରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଆଜି ଭିଜିଲାନ୍ସ ରେଡ କରିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କିଛି ବିଶେଷ ସୂଚନା ମିଳିନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details