ନୟାଗଡ଼: ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି । ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି(ରବିବାର) 196 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପ୍ରାୟ 26 ଶହ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।