ଓଡିଶା

odisha

ETV Bharat / state

କୋରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ: ନୟାଗଡ ଅତିରିକ୍ତ ଜିଲ୍ଲପାଳ - କୋରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ ଅତିରିକ୍ତ ଜିଲ୍ଲପାଳ

କୋରୋନାରେ ଆକ୍ରାନ୍ତ ହେବାରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା । ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ କହିଲେ ନୟାଗଡ଼ ଅତିରିକ୍ତ ଜିଲ୍ଲପାଳ ବିଧାନ ଚନ୍ଦ୍ର । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ ଅତିରିକ୍ତ ଜିଲ୍ଲପାଳ
କୋରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ ଅତିରିକ୍ତ ଜିଲ୍ଲପାଳ

By

Published : May 1, 2021, 12:48 PM IST

ନୟାଗଡ଼: କୋରୋନାରେ ଆକ୍ରାନ୍ତ ହେବାରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଛି । କୋରୋନାକୁ ନେଇ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି l ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରୁ ଆସିଥିଲା ଏଭଳି ଘଟଣା । ଏହି ଗାଁର ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର 4 ଦିନ ତଳେ କୋରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ । ସେବେଠାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୃହ ସଂଘରୋଧରେ ଥିଲେ । ଏପରିକି ତାଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l

କୋରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତି ଦେଖାନ୍ତୁ ଅତିରିକ୍ତ ଜିଲ୍ଲପାଳ

ଏକାଥରେ ପୁଅ ଏବଂ ନିଜକୁ କୋରୋନା ହୋଇଥିବାରୁ ମାନସିକ ଭାବେ ଭାରାକ୍ରାନ୍ତ ହୋଇପଡିଥିଲେ l ଏପଟେ ଗାଁରେ ମଧ୍ୟ ସଭା କରାଯାଇ ଦମ୍ପତିଙ୍କ ସହ ନ ମିଶିବାକୁ କୁହାଯାଇଥିଲା । ଏ ସବୁ ମାନସିକ ଚାପରେ ରହି ସ୍ବାମୀ ଓ ସ୍ତ୍ରୀ ଗୁରୁବାର ଜୀବନ ହାରିଥିଲେ । ଗତକାଲି ସ୍ବାମୀ ଓ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି l ଅନ୍ୟପକ୍ଷରେ ଏଭଳି ଏକ ଘଟଣା ଘଟିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନତା କରାଯାଉଛି ।

ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଭଳି ଏକ ଘଟଣା ଦୁର୍ଭାଗ୍ୟଜନକ । କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ସାମାଜିକ ବାସନ୍ଦ କରନ୍ତୁ ନାହିଁ । ଆମେ ସମସ୍ତେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ ଏବଂ ପରିବାର ଲୋକଙ୍କ ପରି ବ୍ୟବହାର କରନ୍ତୁ । ପ୍ରୋଟୋକଲ ମାନିଲେ ଆମେ କରୋନାକୁ ଜିତି ପରିବା ବୋଲି ପରାମର୍ଶ ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details