ଓଡିଶା

odisha

ETV Bharat / state

ରାସ୍ତା ପାଇଁ ଧନୁତୀର ଧରି ରାଜରାସ୍ତାରେ ଗାଁଲୋକଙ୍କ ହୁଙ୍କାର - ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ

ଗାଁ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ । ରାସ୍ତାରେ ଅଟକି ରହିଛି ଶତାଧିକ ଗାଡ଼ି । ଅଧିକ ପଢନ୍ତୁ...

ଗାଁ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ
ଗାଁ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ

By

Published : Jul 8, 2021, 12:39 PM IST

Updated : Jul 8, 2021, 1:07 PM IST

ନୟାଗଡ଼: ରାସ୍ତାକୁ ନେଇ ପୁଣି ତେଜିଲା ଆନ୍ଦୋଳନ । ନୟାଗଡ଼ ସଦର ଥାନା ଗୁଡୁ ପାଙ୍ଗି ଏବଂ 17 ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ର ରୂପ ନେଇଛି । ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ବାରମ୍ବାର ଆଲୋଚନା ବିଫଳ ହେବା ପରେ ପୁଣି ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି ଏଠାକାର ଅଧିବାସୀ । ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଶିମିଳି ସାହି ଠାରେ ଅବରୋଧ କରିଛନ୍ତି 17 ଖଣ୍ଡ ମୌଜାର ଅଧିବାସୀ । ଗୁଡୁପାଙ୍ଗି ଗାଁ ଏବଂ 17 ଖଣ୍ଡ ମୌଜା ମଧ୍ୟରେ ଦୀର୍ଘ ଦିନ ହେବ ଏକ ରାସ୍ତାକୁ ନେଇ ବିବାଦ ଲାଗି ରହିଥିଲା ।

ରାସ୍ତା ପାଇଁ ଧନୁତୀର ଧରି ରାଜରାସ୍ତାରେ ଗାଁଲୋକଙ୍କ ହୁଙ୍କାର

ଏହି ମୌଜାକୁ ଯିବାକୁ ଗୋଟିଏ ରାସ୍ତା ଥିବା ବେଳେ ଗୁଡୁ ପାଙ୍ଗି ଗ୍ରାମବାସୀ ଏହି ରାସ୍ତା ପାଇଁ ଥିବା ସରକାରୀ ଯାଗା ଛାଡୁ ନଥିବା ନେଇ 17 ଖଣ୍ଡ ମୌଜା ଅଧିବାସୀ ଅଭିଯୋଗ କରିଆସୁଥିଲେ । ପରେ ଏହାର ପ୍ରତିବାଦରେ ବିଗତ ଦିନରେ ରାସ୍ତାରୋକ ହୋଇଥିଲା । ତେବେ ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଭା କରାଯାଇ ନିଷ୍ପତ୍ତି ପାଇଁ ଉଦ୍ୟମ ହୋଇଥିଲା ବେଳେ କୌଣସି ସ୍ଥାୟୀ ସମାଧାନ ହୋଇପାରି ନ ଥିଲା । ତେଣୁ ଆଜି 17 ଖଣ୍ଡ ମୌଜା ଅଧିବାସୀ ପୁଣି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଯାତାୟତ ସମ୍ପୂର୍ଣ ବନ୍ଦ ହେବା ସହ ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jul 8, 2021, 1:07 PM IST

ABOUT THE AUTHOR

...view details