ଓଡିଶା

odisha

ETV Bharat / state

ସୁଝିପାରିଲେନି ଏକ ଲକ୍ଷ, ପରିବାରକୁ 4 ବର୍ଷରୁ ଗୋତି ଶ୍ରମିକ ଖଟଉଥିଲା ହୋଟେଲ ମାଲିକ - କ୍ରିତଦାସ

ଉଦ୍ଧାର ନେଇଥିବା କିଛି ଟଙ୍କା ସୁଝି ନପାରିବାରୁ ଜଣେ ହୋଟେଲ ମିସ୍ତ୍ରୀଙ୍କ ସହ ତାଙ୍କ ପୁରା ପରିବାରକୁ ଦୀର୍ଘ 4 ବର୍ଷ ଧରି ଗୋତି ଶ୍ରମିକ ଭାବେ ଖଟିବାକୁ ପଡିଛି। ଅଧିକ ପଢନ୍ତୁ...

ଗୋତି ଶ୍ରମିକ ଭାବେ ଖଟୁଥିବା ମା' ଓ ପୁଅ ଉଦ୍ଧାର
ଗୋତି ଶ୍ରମିକ ଭାବେ ଖଟୁଥିବା ମା' ଓ ପୁଅ ଉଦ୍ଧାର

By

Published : Oct 14, 2020, 7:10 PM IST

ନୟାଗଡ: ଦେଶରେ କ୍ରିତଦାସ ଓ ଗୋତି ଶ୍ରମିକ ପ୍ରଥା ଲୋପ ପାଇଛି । ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରତ୍ନମାଳା ସାହିରେ ଜଣେ ହୋଟେଲ ମିସ୍ତ୍ରୀଙ୍କ ପରିବାରକୁ କ୍ରୀତଦାସ ଭାବେ ବନ୍ଧକ ରଖି ଗୋତି ଶ୍ରମିକ ଭାବେ ଖଟାଉଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ପରିବାର ଉଦ୍ଧାର ହୋଇଛନ୍ତି l

ସୂଚନାନୁସାରେ, ଗୋଲେଖ ସାହୁ ରଣପୁର ଥାନା ବ୍ରଜରାଜପୁର ଗ୍ରାମର ପ୍ରଭାତ ମହାପାତ୍ରଙ୍କୁ ଏକ ବଣ୍ଡ ସାଇନ କରି ଏକଲକ୍ଷ ଟଙ୍କା ଦେଇଥିଲେ l ଏହାକୁ ପ୍ରଭାତ ସଠିକ ସମୟରେ ଦେଇ ନ ପାରିବାରୁ ଗୋଲକ, 2017 ମସିହାରୁ ପରିବାରର 4 ଜଣକୁ କ୍ରୀତଦାସ ଭାବେ ଗୋତି ଖଟାଇବାର ଅଭିଯୋଗ ହୋଇଛି l

ଗୋତି ଶ୍ରମିକ ଭାବେ ଖଟୁଥିବା ମା' ଓ ପୁଅ ଉଦ୍ଧାର

ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି l ସେଠାରୁ ପ୍ରଭାତ ଲୁଚି ପଳାଇ ଆସିଥିବା ବେଳେ, ପ୍ରଭାତଙ୍କ ସ୍ତ୍ରୀ ଓ ସାନ ପୁଅକୁ ଏକ ହୋଟେଲରେ ଗୋତି ଖଟାଉଥିବା ପ୍ରଭାତ ଅଭିଯୋଗ କରିଛନ୍ତି l ବାଲୁଗାଁ ସହକାରି ଶ୍ରମ ଅଧିକାରୀ, ଟାଙ୍ଗୀ ଥାନା ଓ ରଣପୁର ଥାନାରେ ନିଜ ସ୍ତ୍ରୀ ଓ ପୁଅକୁ ହୋଟେଲ ମାଲିକ ଗୋଲେଖ ସାହୁ ଠାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ l ଶ୍ରମ କାର୍ଯ୍ୟାଳୟ, ଟାଙ୍ଗୀ ଥାନା କିଛି ପଦକ୍ଷେପ ନେଇ ନଥିବା ବେଳେ ରଣପୁର ଥାନା ଅଭିଯୋଗ ପାଇ ଉଦ୍ଧାର ପାଇଁ ଟାଙ୍ଗୀ ଥାନାକୁ ଫୋନ କରିଥିଲେ l ପରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଓ ଟାଙ୍ଗୀ ପୋଲିସ ମା' ଓ ପୁଅକୁ ଟାଙ୍ଗୀରୁ ଉଦ୍ଧାର କରି ବ୍ରଜରାଜପୁର ସରପଞ୍ଚଙ୍କ ଉପସ୍ଥିତିରେ ପ୍ରଭାତଙ୍କୁ ହସ୍ତାନ୍ତର କରିଛନ୍ତି l ଏ ନେଇ ବାଲୁଗାଁ ଶ୍ରମ ଅଧିକାରୀ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details