ରଣପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା ମିଳିଛି । ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବାର ସୂଚନା ପାଇଥିଲେ ଆଇଆଇସି ରଶ୍ମିରଂଜନ ଦାସ । ଏନେଇ ନିଜ ଟିମ ସହ ଉକ୍ତ ଗାଡିର ଅନୁସନ୍ଧାନ ଜାରି ରଖିଥିବା ବେଳେ ରାଇପଡ଼ା ଠାରେ ଉକ୍ତ ଗାଡିକୁ ଠାବ କରି ଚଢ଼ାଉ କରିଥିଲେ।
କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ - ଚାନ୍ଦପୁର ପୋଲିସ
ଚାନ୍ଦପୁର ପୋଲିସକୁ ମିଳିତା ସଫଳତା । ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଗଞ୍ଜେଇ, ଦୁଇ ଗିରଫ । ଅଧିକ ପଢନ୍ତୁ...
ତଲାସୀ ସମୟରେ ପୋଲିସ କାରରୁ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ନଗଦ ୯୫ ହଜାର ଟଙ୍କା ଜବତ କରିବା ସହ କାରକୁ ସିଜ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ କେସ ନମ୍ବର ୧୧୪/୨୧ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତ ଦ୍ଵୟ ଦୀର୍ଘ ୫ ବର୍ଷ ହେଲା ଗଞ୍ଜେଇ ବେପାର କରୁଥିଲେ ଏବଂ ଗତ ୬ ମାସ ହେଲା ଚାନ୍ଦପୁର ଆଇଆଇସି ବ୍ୟକ୍ତିଗତ ଭାବେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଲେ । ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ବ୍ୟତୀତ ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ