ଓଡିଶା

odisha

By

Published : Dec 17, 2021, 6:17 PM IST

ETV Bharat / state

Man Returned Home After 24 Years: 24 ବର୍ଷ ପରେ ଫେରିଲା ହଜିଲା ପୁଅ, ପରିବାରରେ ଖୁସିର ଲହରି

ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଅଧୀନ କୁମ୍ଭାରପଡ଼ା ଗ୍ରାମର ଆସମାନ ଦାସ(୪୦) ଦୀର୍ଘ 24 ବର୍ଷ ପରେ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

24 ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ
24 ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ନୟାଗଡ଼: 24 ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ । ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଅଧୀନ କୁମ୍ଭାରପଡ଼ା ଗ୍ରାମରେ ହଜିଲା ପୁଅକୁ ମା’ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।

ଦୀର୍ଘ ୨୪ ବର୍ଷ ଧରି ଘର ଛାଡ଼ି ପଳାଇ ଯାଇଥିବା ଆସମାନ ଦାସ (୪୦) ଘରକୁ ଫେରିଛନ୍ତି (Man Returned Home After 24 Years) । ସ୍ବର୍ଗତ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଏବଂ ଆମୀୟସ୍ବଜନମାନେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା ।

24 ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ଗତ ୩ ଦିନ ତଳେ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଲେଖାଯାଇଥିବା ଚିଠିଟିଏ ହଠାତ୍ ତୋଫାନ ଦାସଙ୍କ କୁମ୍ଭାରପଡ଼ା ଘର ଠିକଣାରେ ରେଜେଷ୍ଟି ଡାକରେ ଆସି ପହଞ୍ଚିଥିଲା । ଉକ୍ତ ଚିଠିରେ ଆସମାନଙ୍କ ମୋବାଇଲ ନମ୍ବର ଲେଖାଯାଇଥିଲା ।

ଚିଠି ପଢ଼ିବା ମାତ୍ରେ ଆସମାନଙ୍କ ବିଷୟରେ ଲେଖାଯାଇଥିବା ଜାଣିପାରି ପରିବାର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଉକ୍ତ ଚିଠିରେ ଥିବା ଫୋନ୍ ନମ୍ବରରେ ପରିବାର ଲୋକେ କଥା ହୋଇ ଆସମାନଙ୍କୁ ଗାଁକୁ ଫେରିଆସିବା ପାଇଁ ପରାମର୍ଶ ଦେଇଥିଲ । ଆସମାନ ଗାଁରୁ ଯାଇ ହାଇଦ୍ରାବାଦର ଏକ ଟେଣ୍ଟ ହାଉସ୍ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ।

କୌଣସି କାରଣ ବଶତଃ ସେ ଆଉ ଗାଁକୁ ଫେରି ନଥିଲେ । ପରିବାର ଲୋକଙ୍କୁ ସର୍ବଦା ମନେପକାଇ ଆସମାନ ଝୁରୁଥିଲେ । ଏହା ଜାଣିପାରି ଟେଣ୍ଟ ହାଉସ୍ ମାଲିକଙ୍କ ଝିଅ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ସମଗ୍ର ଖଣ୍ଡପଡ଼ା ଅଞ୍ଚଳବାସୀ ସେଇ ମହାନ ହୃଦୟ ମହିଳାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଅସାମାନ୍ ଘରକୁ ଫେରିବା ପରେ ପରିବାର ଏବଂ ଗାଁରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details