ଓଡିଶା

odisha

ETV Bharat / state

ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା, ଦୁଇମାସ ସମୟ ଦେଲେ ହାଇକୋର୍ଟ - minor murder case

ଦୁଇମାସ ସମୟ ଦେଲେ ହାଇକୋର୍ଟ
ଦୁଇମାସ ସମୟ ଦେଲେ ହାଇକୋର୍ଟ

By

Published : Jan 12, 2021, 12:00 PM IST

Updated : Jan 12, 2021, 5:09 PM IST

11:51 January 12

ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା, ଦୁଇମାସ ସମୟ ଦେଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କଲେ ହାଇକୋର୍ଟ । ଆଜି(ମଙ୍ଗଳବାର) ହାଇକୋର୍ଟ ମାମଲାର ଶୁଣାଣି କରି ୨ ମାସ ମଧ୍ୟରେ ପୂର୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ପୂର୍ବ ଶୁଣାଣିରେ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଥିଲା । ମାମଲାର CBI ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି କୋର୍ଟରେ ଦାୟର ହୋଇଛି ମାମଲା । ଇତିମଧ୍ୟରେ ଏସଆଇଟି ତଦନ୍ତରେ ସରୋଜ ସେଠୀ ଅଭିଯୁକ୍ତ ବୋଲି ଜଣାପଡିବା ପରେ ସରୋଜକୁ ଗତ ୨୧ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ପୂର୍ବରୁ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ କ୍ରାଇମବ୍ରାଞ୍ଚ ଏସଆଇଟି ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା । ସିଲ କଭର ମଧ୍ୟରେ ଏହି ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି । ଗତ ୪ ତାରିଖରେ ଏହି ମାମଲାର ଶୁଣାଣି କରି ଖୁବ୍ଧ ହୋଇଥିଲେ ହାଇକୋର୍ଟ । ଅଭିଯୁକ୍ତକୁ ଅଦ୍ୟାବଧି କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାସହ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟିଯାକ ମାମଲାର ଏକତ୍ର ଶୁଣାଣି ଚାଲିଛି । ନାବାଳିକାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି । ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି । ମାମଲା ଦୁଇଟିରେ ରାଜ୍ୟ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଏସପି, ନୟାଗଡ଼ ସଦର ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ । ଯେତେ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥାନ୍ତୁ ନା କାହିଁକି ଘଟଣାର ସଠିକ ତଦନ୍ତ ହେଉ । ଗତକାଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲାରେ ଏକ ମିସକେସ ମଧ୍ୟ ଦାଖଲ କରାଯାଇଛି । ସେହିପରି ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ପ୍ରାର୍ଥନା କରାଯାଇଛି କି ଏହି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 12, 2021, 5:09 PM IST

ABOUT THE AUTHOR

...view details