ଓଡିଶା

odisha

ETV Bharat / state

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୧୫ ବର୍ଷ ଜେଲ - ନୟାଗଡ ଖବର

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ । କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୧୫ ବର୍ଷ ଜେଲ
ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୧୫ ବର୍ଷ ଜେଲ

By

Published : Aug 31, 2022, 11:04 PM IST

ନୟାଗଡ଼: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ । ୨୦୧୭ ମସିହାରେ ନୂଆଗାଁ ଥାନା ଅଞ୍ଚଳରେ ହୋଇଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ ଫାଷ୍ଟଟ୍ରାକ କୋର୍ଟ । କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ୨୦୧୭ ମସିହାରେ ସେହି ଗ୍ରାମର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସ୍କୁଲ ଯିବା ସମୟରେ ବଳ ପୂର୍ବକ ଅପହରଣ କରିଥିଲା । ଏହାପରେ ଭୁବନେଶ୍ବରରେ ଏକ ବନ୍ଦ ଘରେ ୭ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରି ଛାଡି ଦେଇ ଚାଲିଯାଇଥିଲା । ତେବେ ପୀଡିତା ନାବାଳିକା କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ନୂଆଗାଁ ଥାନାରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି 2 ଶିଶୁ ମୃତ

ନୂଆଗାଁ ପୋଲିସ ପ୍ରଶାନ୍ତ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ତେବେ ମାମଲା ବିଚାରଧୀନ ରହିଥିଲା । ନୟାଗଡ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଆଜି ଏହାର ଶୁଣାଣି କରି ଅଭିଯୁକ୍ତ ପ୍ରଶାନ୍ତ ବାରିକକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜୋରିମାନା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details