ନୟାଗଡ: ଜିଲ୍ଲା ବାଣୀଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ଜଣେ ନାବାଳିକାକୁ ହତ୍ୟା ଘଟଣାରେ ଜେଲ ଯାଇଛି ଅଭିଯୁକ୍ତ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡ ନେଇଥିଲା ବାଣିଗୋଚ୍ଛା ପୋଲିସ ।
ସୂଚନାଅନୁସାରେ ଗତ 12 ତାରିଖ ଦିନ ବାଣୀଗୋଛା ଥାନା ଧୁନ୍ଦୁଗାଡ଼ିଆ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା 6 ବର୍ଷୀୟା ନାବାଳିକା । ଘରଲୋକ ଅନେକ ଖୋଜାଖୋଜି କରିବା ପରେ ନାବାଳିକାକୁ ପାଇ ନଥିଲେ । ଘଟଣାର କେତେ ଘଣ୍ଟା ପରେ ଗାଁ ପାଖରୁ ତାର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛନ୍ତି l