ନୟାଗଡ଼: ମାନସିକ ବିକାରଗ୍ରସ୍ତଙ୍କ ସେବା କଲା ସ୍ବେଚ୍ଛାସେୀ ସଂଗଠନ । ଯେଉଁମାନଙ୍କ ସୁଖଦୁଃଖ ବୁଝିବା ପାଇଁ ସମସ୍ତେ ପଛଘୁଞ୍ଚା ଦିଅନ୍ତି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛି ନୟାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ l
ନୟାଗଡ ଜିଲ୍ଲା ଓଡ଼ଗାଁର 12 ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ଏହି ସ୍ବେଚ୍ଛାସେବୀ ସଂଗଠନ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ସେବା କରୁଛନ୍ତି l ସେମାନଙ୍କୁ ଗାଧୋଇଦେବା ସହ ସେମାନଙ୍କ ଦାଢ଼ି କାଟି ସଫାସୁତୁରା କରାଇଥିଲେ l ସେମାନଙ୍କୁ ପରିଧାନ ପାଇଁ ପୋଷାକ ପ୍ରଦାନ କରାଯିବା ସହ କିଛି ଖାଦ୍ୟ ପ୍ରଦାନ କରାଯାଇଥିଲା l ଯୁବକମାନେ ନିଜ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ କରିଛନ୍ତି l