ଓଡିଶା

odisha

ETV Bharat / state

ଅସହ୍ୟ ନିର୍ଯାତନା ସହି ନ ପାରି ମାନସିକ ବିକୃତ ପୁଅକୁ ହତ୍ୟା କଲା ମା !

ପାଗଳ ପୁଅକୁ ହତ୍ୟା କଲା ମା । ପୁଅ ଦେଇ ଆସୁଥିଲା ମା'କୁ ନିର୍ଯାତନା । ଅତିଷ୍ଠ ହୋଇ ମା ନେଲା ଚରମ ନିଷ୍ପତ୍ତି । ଅଧିକ ପଢନ୍ତୁ...

mentally person man death by mother in nayagarh
ଅସହ୍ୟ ନିର୍ଯ୍ୟାତନା ସହି ନପାରି ମାନସିକ ବିକୃତ ପୁଅକୁ ହତ୍ୟା କଲା ମା !

By

Published : Aug 24, 2021, 9:32 PM IST

ନୟାଗଡ: ପାଗଳ ପୁଅକୁ ହତ୍ୟା କଲା ମା । ପୁଅ ଦେଇ ଆସୁଥିଲା ମା'କୁ ନିର୍ଯାତନା । ଅତିଷ୍ଠ ହୋଇ ମା'ର ଚରମ ନିଷ୍ପତ୍ତି । ପାଗଳ ପୁଅକୁ ହତ୍ୟା କଲା ନିଜ ଜନ୍ମଦାତ୍ରୀ ମା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁରୁ ଆସିଛି ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ।

ଏହି ଗାଁର ମାନସିକ ବିକୃତ ବସନ୍ତ ବେହେରାଙ୍କୁ ତାଙ୍କର ମା ସର ବେହେରା କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି। ମାନସିକ ବିକୃତ ବସନ୍ତ ନିଜ ମାଙ୍କୁ ପ୍ରତିଦିନ ହଇରାଣ ହରକତ କରୁଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ତାଙ୍କର ମା ସର ବେହେରା ଗ୍ରହଣ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦଶପଲ୍ଲା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିତା ମାତାଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details