ଓଡିଶା

odisha

By

Published : Sep 3, 2022, 4:27 PM IST

ETV Bharat / state

ଲୁଟେରା ମହିଳାଙ୍କୁ ଲିପ୍ଟଦେଇ ଫସିଲେ ଟାକ୍ସି ଡ୍ରାଇଭର, ବିବାହିତା ଥାଇ ବିବାହକଲେ ସବୁ ଲୁଟିନେଲେ

ପ୍ରଥମେ ଲିଫ୍ଟ ମାଗିଲେ । ଏହାପରେ ଡ୍ରାଇଭରଙ୍କ ନମ୍ବର ନେଇ ତାଙ୍କୁ ପ୍ରେମଜାଲରେ ଫସାଇ ବିବାହ ମଧ୍ୟ କଲେ । ହେଲେ ୫ ବର୍ଷ ରହି ସର୍ବସ୍ବ ଲୁଟି ନେଇଥିବା ଅଭିଯୋଗ ଆଣିଛନ୍ତି ନୟାଗଡ଼ର ପୀଡ଼ିତ ପ୍ରେମିକ । ଅଧିକ ପଢନ୍ତୁ

ମହିଳାଙ୍କ ପ୍ରେମଜାଲରେ ଟାକ୍ସି ଡ୍ରାଇଭର, ୫ବର୍ଷ ରହି ସର୍ବସ୍ବ ଲୁଟିନେବା ଅଭିଯୋଗ
ମହିଳାଙ୍କ ପ୍ରେମଜାଲରେ ଟାକ୍ସି ଡ୍ରାଇଭର, ୫ବର୍ଷ ରହି ସର୍ବସ୍ବ ଲୁଟିନେବା ଅଭିଯୋଗ

ନୟାଗଡ଼:ରାସ୍ତାରେ ଲିଫ୍ଟ ମାଗି ଟାକ୍ସି ଡ୍ରାଇଭରଙ୍କୁ ପ୍ରେମ ଜାଲରେ ଫସାଇଲେ ବିବାହିତା ମହିଳା । ଅବିବାହିତା କହି ମନ୍ଦିରରେ ବିବାହ ମଧ୍ୟ କଲେ । ୫ ବର୍ଷ ରହି ସବୁ ଲୁଟି ସାରିବା ପରେ ଶେଷରେ ଧୋକା ଦେଇ ଚାଲି ଯାଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ବ୍ଲକ ଆରଏଚଏସ କଲୋନୀରେ ଏହି ଘଟଣା ଘଟିଥିବାବେଳେ ଟାକ୍ସି ଡ୍ରାଇଭର ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ମହିଳାଙ୍କ ପ୍ରେମଜାଲରେ ଟାକ୍ସି ଡ୍ରାଇଭର, ୫ବର୍ଷ ରହି ସର୍ବସ୍ବ ଲୁଟିନେବା ଅଭିଯୋଗ

ଟାକ୍ସି ଡ୍ରାଇଭର ଜଣକ ହେଉଛନ୍ତି ସୁଶାନ୍ତ ବେହେରା ଓ ତାଙ୍କର ବୟସ ୩୨ ବର୍ଷ । ଗତ ୨୦୧୯ ମସିହାରେ ବ୍ଲୁ ଫ୍ଲାଗ ବିଚ୍‌ ରାସ୍ତାରେ କାର ଚଳାଇ ଆସୁଥିଲେ । ତେବେ ହଠାତ ରାସ୍ତାରେ ଲିଫ୍ଟ ମାଗିଲେ ଜଣେ ମହିଳା । ସୁଶାନ୍ତ ଉକ୍ତ ମହିଳାଙ୍କୁ କାରରେ ଲିଫ୍ଟ ଦେବା ସହ ନିର୍ଦ୍ଦିଷ୍ଟ ସ୍ଥାନରେ ମଧ୍ୟ ଛାଡିଥିଲେ । ତେବେ ମହିଳା ଜଣକ ସୁଶାନ୍ତଙ୍କ ଫୋନ ନମ୍ବର ମାଗି ନେଇଥିଲେ ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଜଣକ ନିଜକୁ ଅବିବାହିତା କହିବା ସହ ବିବାହ କରିବାକୁ ସୁଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏହା ବି ପଢନ୍ତୁ- ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ପଡୋଶୀ

ମହିଳା ଜଣକ ହେଲେ ଚନ୍ଦନପୁର ଥାନା ଜିରାକନ୍ଦି ଗାଁର ୨୯ ବର୍ଷୀୟା ଶୁଭଶ୍ରୀ ପ୍ରଧାନ । ତେବେ ଉଭୟ ବାଟ ମଙ୍ଗଳା ମନ୍ଦିରରେ ଶୁଭଶ୍ରୀ ମା'ଙ୍କ ଉପସ୍ଥିତିରେ ବିବାହ କରି ପୁରୀ ସୁଦର୍ଶନ ନଗର ଏବଂ ପରେ ବିଭିନ୍ନ ବିଭିନ୍ନ ସ୍ଥାନରେ ଭଡା ଘରେ ରହିଥିଲେ । ସୁଶାନ୍ତ ନିଜ ପତ୍ନୀ ଶୁଭଶ୍ରୀଙ୍କୁ ସ୍କୁଟି କିଣି ଦେବା ସହ ନଗଦ ୫ଲକ୍ଷ ଟଙ୍କା ସୁନା ଗହଣା ମଧ୍ୟ ଦେଇଥିଲେ । ତେବେ ଗତ ୨୦୨୧ରେ ଶୁଭଶ୍ରୀ ଜଣେ ବିବାହିତା ମହିଳା ଏବଂ ତାଙ୍କର ଏକ ପୁଅ ଥିବା ଜାଣିଥିଲେ ସୁଶାନ୍ତ ।

ଶୁଭଶ୍ରୀ ପୁରୀ ବାଙ୍କୀ ମୁହାଣ ତଳ ନୂଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କୁ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ଏକ ପୁଅ ରହିଛି । ମାତ୍ର ଶୁଭଶ୍ରୀ ସୁଶାନ୍ତଙ୍କ ଠାରୁ ସବୁ ଲୁଟି ସାରି ଫେରାର ହୋଇଯାଇଥିଲେ । ସୁଶାନ୍ତ ଏନେଇ ପ୍ରଥମେ ସି ବିଚ୍‌ ଥାନା ଏବଂ ପରେ ପୁରୀ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁରୀ ଏସଡିଜେଏମ କୋର୍ଟରେ ଏକ ମାମଲା କରିଛନ୍ତି ।

ଶୁଭଶ୍ରୀ ସୁଶାନ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବାରୁ ସୁଶାନ୍ତ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ଆତ୍ମଗୋପନ କରି ରହୁଛନ୍ତି । ସେ ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଶୁଭଶ୍ରୀ ନେଇଥିବା ସମସ୍ତ ଟଙ୍କା ଫେରାନ୍ତୁ କିମ୍ବା ସେ ନିଜ ଆସି ତାଙ୍କ ପାଖରେ ରୁହନ୍ତୁ ବୋଲି କହିଛନ୍ତି ସୁଶାନ୍ତ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details