ଓଡିଶା

odisha

ETV Bharat / state

ମାଛ ଧରିବାକୁ ଆସି ବଢିପାଣିରେ ଫସିଗଲେ ଯୁବକ, ଆମ୍ବଗଛ ବଞ୍ଚାଇଦେଲା ଜୀବନ - ଜଳବନ୍ଦୀ ଯୁବକ ଗଛରେ ନେଲେ ଆଶ୍ରୟ

ମାଛ ଧରିବାକୁ ଯାଇ ବନ୍ୟାଜଳରେ ଫସିଗଲେ ଯୁବକ । ବାଧ୍ୟହୋଇ ଗଛରେ ଚଢି ନେଲେ ଆଶ୍ରୟ । ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

ମାଛ ଧରିବାକୁ ଯାଇ ଫସିଲା ଯୁବକ, ବଢି ପାଣି ଆସିବାରୁ ଗଛରେ ନେଲେ ଆଶ୍ରୟ
ମାଛ ଧରିବାକୁ ଯାଇ ଫସିଲା ଯୁବକ, ବଢି ପାଣି ଆସିବାରୁ ଗଛରେ ନେଲେ ଆଶ୍ରୟ

By

Published : Sep 15, 2021, 12:31 PM IST

ନୟାଗଡ:ମାଛ ଧରିବାକୁ ଯାଇଥିଲେ ଯୁବକ । ହେଲେ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ଫସିଗଲେ l ଗଛରେ ନେଲେ ଆଶ୍ରୟ । ଉଦ୍ଧାର କଲା ଅଗ୍ନିଶମ ବାହିନୀ l ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ କୁଞ୍ଜବିହାରୀପୁର ନିକଟରେ କୁସୁମୀ ନଦୀକୁ ନୂଆସାହସପୁର ଗାଁର ୩୯ ବର୍ଷୀୟ କିଶୋର ଚନ୍ଦ୍ର ପ୍ରଧାନ କିଛି ବନ୍ଧୁଙ୍କ ସହ ମାଛ ଧରିବାକୁ ଯାଇଥିଲେ ।

ମାଛ ଧରିବାକୁ ଯାଇ ଫସିଲା ଯୁବକ, ବଢି ପାଣି ଆସିବାରୁ ଗଛରେ ନେଲେ ଆଶ୍ରୟ

ଠିକ ଏହି ସମୟରେ କୁସୁମୀ ନଦୀରେ ଧୀରେ ଧୀରେ ବନ୍ୟା ଜଳ ମାଡି ଆସିଥିଲା। ଏହାକୁ ଦେଖି ଅନ୍ୟ ବନ୍ଧୁମାନେ କୂଳକୁ ପଳେଇ ଆସିଥିବା ବେଳେ କିଶୋର କିନ୍ତୁ ଏକ ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲେ। ଅନ୍ୟ ବନ୍ଧୁମାନେ ଗାଁକୁ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଥିଲେ । ବନ୍ୟା ଘେରରେ ଥିବା କିଶୋରଙ୍କୁ ଉଦ୍ଧାର କରାଯାଇଥିବା ନୟାଗଡ଼ ଅଗ୍ନିଶମ ବିଭାଗ ଅଧିକାରୀ ଠାକୁର ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଜଣାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details