ଓଡିଶା

odisha

ବଢ଼ି ନଦୀରେ ଭାସିଯାଇ, ଜଣେ ମୃତ

By

Published : Aug 12, 2022, 7:49 PM IST

ଗ୍ରାମର ଉଦ୍ୟନାଥ ଜାନୀ ଗତକାଲି ଅପରାହ୍ନରେ ନିକଟସ୍ଥ ବୃତ୍ତଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ନଦୀର ପ୍ରଖର ସୁଅରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ

MAN DIED WHILE TAKING BATH AT BRUTANGA RIVER IN NAYAGARH
ବଢ଼ି ନଦୀରେ ଭାସିଯାଇ, ଜଣେ ମୃତ

ନୟାଗଡ଼ : ବଢ଼ି ନଦୀରେ ଭାସିଯାଇ ଜଣଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଗୁଣ୍ଡୁରୀବାରୀ ଗାଁରେ ଘଟିଛି ଏଭଳି ଘଟଣା l ଗ୍ରାମର ଉଦ୍ୟନାଥ ଜାନୀ ଗତକାଲି ଅପରାହ୍ନରେ ନିକଟସ୍ଥ ବୃତ୍ତଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟର ନଦୀର ପ୍ରଖର ସୁଅରେ ସେ ଭାସି ଯାଇଥିଲେ ।

ସୂଚନା ଅନୁସାରେ, ଖବରପାଇ ଗ୍ରାମବାସୀ ଓ ଆତ୍ମୀୟ ସ୍ବଜନ ଗତକାଲି ରାତିସାରା ଖୋଜାଖୋଜି କରିଥିଲେ । ତେବେ ଆଜି ତାଙ୍କ ମୃତଦେହ ନିକଟସ୍ଥ ଚିନାକଟା ଘାଟଠାରେ ଭାସୁଥିବା ଅବସ୍ଥାରେ ଠାବ କରାଯାଇଛି । ମଧ୍ୟାହ୍ନରେ ବହୁ କଷ୍ଟରେ ଗ୍ରାମବାସୀମାନେ ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଉଦ୍ୟନାଥ ଜଣେ ମେଳାପୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରତିବର୍ଷ ଖରସ୍ରୋତା ବୃତ୍ତଙ୍ଗ ନଦୀରେ ଭାସିଯାଇ ଅନେକ ବ୍ୟକ୍ତିଙ୍କର ପ୍ରାଣହାନି ଘଟୁଛି l ଚଳିତ ବର୍ଷ ମଧ୍ୟ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ଘଟଣା ଘଟିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details