ଓଡିଶା

odisha

By

Published : Dec 23, 2021, 10:35 PM IST

ETV Bharat / state

ନବବଧୂଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଗିରଫ

ନବବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଗିରଫ l ମାନସିକ ନିର୍ଯାତନା ସହ ହତ୍ୟା ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର ଲୋକେ l ଅଧିକ

ନବବଧୂଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଗିରଫ
ନବବଧୂଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଗିରଫ

ନୟାଗଡ଼:ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଗତ ବୁଧବାର ଘଟିଥିଲା ଏହି ଘଟଣା l ଜୁଲି ସୁବୁଦ୍ଧି ନାମକ ମହିଳା ୮ ମାସ ତଳେ ଡେଙ୍ଗାଝରି ଗାଁ'ର ରିତୁ ମାଣ୍ଡେଇଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।

ନବବଧୂଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଗିରଫ

ଏହା ବି ପଢ଼ନ୍ତୁଯୌତୁକ ନିର୍ଯାତନା ସହିନପାରି ଜୀବନ ହାରିଲା ନବବଧୂ, ସ୍ବାମୀ ଅଟକ

ଅନ୍ୟପଟେ ଶ୍ବଶୁର ଘର ଲୋକେ ବିଭିନ୍ନ ସମୟରେ ଜୁଲି ସୁବୁଦ୍ଧିଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ବାପ ଘରକୁ ଯିବାକୁ ବାରଣ କରୁଥିଲେ । ଏହାକୁ ନେଇ ଜୁଲିଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ । ବୁଧବାର ସନ୍ଦେହଜନକ ଭାବରେ ଜୁଲିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଥିଲା ।

ଯୌତୁକ ପାଇଁ ଜୁଲିଙ୍କୁ ତାଙ୍କ ଶାଶୁଘର ଲୋକେ ମାରି ଦେଇଥିବା ପରିବାର ଲୋକ ରଣପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ସ୍ୱାମୀ ରିତୁ ମାଣ୍ଡେଇ, ଶାଶୁ ପନ୍ଦାରି ମାଣ୍ଡେଇଙ୍କୁ ଗିରଫ କରିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details