ନୟାଗଡ଼: ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟର ଘୃଣ୍ୟ ଚିତ୍ର । କଙ୍ଗାରୁ କୋର୍ଟର କଠୋର ଦଣ୍ଡ ଯୋଗୁଁ ଜୀବନ ହାରିଛନ୍ତି ଜଣେ ଯୁବକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ଖତିଆ ଗ୍ରାମରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
ଅଭିଯୋଗ ଅନୁସାରେ ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ମେଡିକାଲର ଅବ୍ୟବସ୍ଥା ନେଇ ଡାକ୍ତରଙ୍କୁ ଫୋନ ଯୋଗେ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣଙ୍କ ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିବା ପରେ ସୁନନ୍ଦଙ୍କୁ 10 ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା । ଯାହାକୁ ନେଇ ସୁନନ୍ଦ କଙ୍ଗାରୁ କୋର୍ଟରେ 8ହଜାର 500ଟଙ୍କା ଫାଇନ ଦେଇଥିବା ବେଳେ ଡାକ୍ତରଙ୍କୁ ଭୁଲ ମାଗିଥିଲେ ।