ଓଡିଶା

odisha

ETV Bharat / state

ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ - ବୋଦସା ଗାଁଦାଣ୍ଡରେ ବୋମାମାଡ଼ ଘଟଣା

ନୟାଗଡ଼ ଜିଲ୍ଲା ବୋଦସା ଗାଁଦାଣ୍ଡରେ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ କାମେନାକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : Feb 26, 2022, 7:26 PM IST

ନୟାଗଡ଼:ଜିଲ୍ଲାର ଖଣ୍ଡପଡା ଥାନା ବଡ଼ ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ କରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୂର୍ବରୁ ପୋଲିସ 4 ଜଣଙ୍କୁ ଗିରଫ କରିଥିବାବେଳେ ଆଜି(ଶନିବାର) ଖଣ୍ଡପଡା ବାଇପାସ ନିକଟ ଏକ ଛେଳି ଗୁହାଳରୁ ମୁଖ୍ୟ ଅଭିଯୁକ୍ତ ନରେଶ ମାଝୀ ଓରଫ କାମେନାକୁ ଗିରଫ କରିଛି ।

ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ନିର୍ବାଚନ ପୂର୍ବ ରାତିର ଅର୍ଥାତ ଗତ 23 ତାରିଖ ରାତିରେ ଖଣ୍ଡପଡା ଥାନା ବଡ଼ ବୋଦସା ଗାଁ ଦାଣ୍ଡରେ ବୋମା ମାଡ଼ କରିବାରୁ ଏହି ଗାଁର ପ୍ରଶାନ୍ତ ତାରେଣୀଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ ପୋଲିସ 4ଜଣଙ୍କୁ ଗିରଫ କରିଥିବାବେଳେ ଶନିବାର ଖଣ୍ଡପଡା ବାଇପାସ ନିକଟ ଏକ ଛେଳି ଗୁହାଳରୁ ମୁଖ୍ୟ ଅଭିଯୁକ୍ତ ନରେଶ ମାଝୀ ଓରଫ କାମେନାକୁ ଗିରଫ କରିଛି । କାମେନା ନାଁରେ ଖଣ୍ଡପଡା ଥାନାରେ ଅନେକ ମାମଲା ରହିଛି । ବୋମା ମାଡ଼ ଦିନ ଠାରୁ କାମେନା ଫେରାର ଥିବାବେଳେ ଆଜି ପୋଲିସ ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details