ଓଡିଶା

odisha

ETV Bharat / state

ଖାଁ ଖାଁ ପୂଜା ମଣ୍ଡପ, ବିନା ଭକ୍ତରେ ମା'ଙ୍କ ପୂଜାର୍ଚ୍ଚନା

ବିନା ଭକ୍ତରେ ନୟାଗଡର ବିଭିନ୍ନ ସ୍ଥାନରେ ଚାଲିଛି ମହାମୟାଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା । ଶ୍ରଦ୍ଧାଳୁଙ୍କୁ ମଣ୍ଡପରେ ଦେବୀଙ୍କ ଦର୍ଶନ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅଧିକ ପଢ଼ନ୍ତୁ...

Mahastami pooja of maa durga in nayagar
ଖାଁ ଖାଁ ପୂଜା ମଣ୍ଡପ, ବିନା ଭକ୍ତରେ ମା'ଙ୍କ ପୂଜାର୍ଚ୍ଚନା

By

Published : Oct 24, 2020, 8:28 PM IST

ନୟାଗଡ: ବିନା ଭକ୍ତରେ ପୂଜା ପାଉଛନ୍ତି ଜଗତଜନନୀ । ଆଜି ମା'ଙ୍କ ମହାଷ୍ଟମୀ ପୂଜା ଥିବା ବେଳେ ଖାଁ ଖାଁ ପୂଜା ମଣ୍ଡପ । ମା' ଓ ଭକ୍ତଙ୍କ ମଝିରେ ପ୍ରାଚୀର ସାଜିଛି କୋରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ନୟାଗଡର ବିଭିନ୍ନ ସ୍ଥାନରେ ବିନା ଭକ୍ତରେ ମା'ଙ୍କ ପୂଜା ବିଧି ଚାଲିଛି ।

ଖାଁ ଖାଁ ପୂଜା ମଣ୍ଡପ, ବିନା ଭକ୍ତରେ ମା'ଙ୍କ ପୂଜାର୍ଚ୍ଚନା

ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମା ଦୁର୍ଗାଙ୍କ ପୂଜା ବିଧି । କଟକଣା ଯୋଗୁଁ ସବୁ ମଣ୍ଡପରେ ଭକ୍ତ ଶୂନ୍ୟ ପରିସ୍ଥିତି । ସେହିଭଳି ସମାନ ଅବସ୍ଥା ନୟାଗଡ ସହରରେ ମଧ୍ୟ ଦେଖିବାକୁ ମିଳିଛି । ରାଜସୁନାଖଳା, ରଣପୁର, ଓଡଗାଁ, ଭାପୁର, ନୂଆଗାଁ, ଦଶପଲ୍ଲା, ଖଣ୍ଡାପଡା ଆଦି ବିଭିନ୍ନ ସ୍ଥାନରେ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛି ।

କେବଳ ବିଧି ବଞ୍ଚାଇବାକୁ କେତୋଟି କର୍ତ୍ତା, ପୂଜକ ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୀଠ ଓ ମଣ୍ଡପଗୁଡିକରେ ପୂଜା କରାଯାଉଛି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ମାଆଙ୍କୁ ଆରାଧନା କରାଯାଇଛି । ପୂଜା ମଣ୍ଡପକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଛି । ମଣ୍ଡପରେ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସଂପୂର୍ଣ୍ଣ ବାରଣ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details