ଓଡିଶା

odisha

By

Published : Jan 29, 2022, 2:14 PM IST

ETV Bharat / state

ରାସ୍ତା ନିର୍ମାଣର ୨ ଦିନରେ ଉଠିଯାଉଛି ଗୋଡ଼ି, ତାତିଲେ ଗ୍ରାମବାସୀ

ରାସ୍ତା ନିର୍ମାଣ ନେଇ ତାତିଲେ ଗ୍ରାମବାସୀ। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଠିକାଦାରଙ୍କ ମନମାନିରେ ନିର୍ମାଣ ହେଉଛି କୋଟି କୋଟି ଟଙ୍କାର ରାସ୍ତା କାମ । ଫଳରେ ରାସ୍ତା କାମକୁ ଦୁଇ ଦିନ ନ ହେଉଣୁ ରାସ୍ତାରୁ ଉଠୁଛି ଗୋଡ଼ି। ଅଧିକ ପଢ଼ନ୍ତୁ

low quality road work in nayag
ରାସ୍ତା ନିର୍ମାଣର ୨ଦିନ ନେହେଉଣୁ ଉଠିଯାଉଛି ଗୋଡ଼ି, ନିମ୍ନମାନର ରାସ୍ତା ନେଇ ତାତିଲେ ଗ୍ରାମବାସୀ

ନୟାଗଡ଼:ରାସ୍ତା ନିର୍ମାଣ ନେଇ ତାତିଲେ ଗ୍ରାମବାସୀ। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଠିକାଦାରଙ୍କ ମନମାନିରେ ନିର୍ମାଣ ହେଉଛି କୋଟି କୋଟି ଟଙ୍କାର ରାସ୍ତା କାମ । ଫଳରେ ରାସ୍ତା କାମକୁ ଦୁଇ ଦିନ ନ ହେଉଣୁ ରାସ୍ତାରୁ ଉଠୁଛି ଗୋଡ଼ି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାସ୍ତା ନିର୍ମାଣର ୨ଦିନ ନେହେଉଣୁ ଉଠିଯାଉଛି ଗୋଡ଼ି, ନିମ୍ନମାନର ରାସ୍ତା ନେଇ ତାତିଲେ ଗ୍ରାମବାସୀ

ନୟାଗଡ଼ ଜିଲ୍ଲା ବରପଦା ଛକ ଠାରୁ ଓଡ଼ଗାଁ ଯାଏ ନିର୍ମାଣ ହୋଇଥିବା ନୂତନ ରାସ୍ତାର ଚିତ୍ର ସ୍ବଚ୍ଛଳ ଜଣା ପଡ଼ୁଛି। 7 କୋଟି 71 ଲକ୍ଷ 55 ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ରାସ୍ତା ନିର୍ମାଣର ଦୁଇ ଦିନ ନ ହେଉଣୁ ରାସ୍ତାରୁ ବଜୁରୀ ଉଠି ଯାଉଛି। ବିନା ପିଚୁରେ କେବଳ କେମିକାଲ ଢାଳି ଠିକାଦାରଙ୍କ ମନମାନିରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଛି। ଠିକାଦାରଙ୍କ ଏଭଳି ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଲୋକଙ୍କୁ ନାଲି ଆଖି ଦେଖାଇ ମୁହଁ ବନ୍ଦ କରିଦେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଠିକାଦାରଙ୍କ ଏଭଳି ନିମ୍ନମାନର ରାସ୍ତା କାମକୁ ଘଣ୍ଟ ଘୋଡ଼ା ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ। ଏହା ଦ୍ବାରା ଜିଲ୍ଲାରେ 5T ଯୋଜନା କେତେ ସଫଳ ହେଉଛି ତାହା ନେଇ ପ୍ରଶ୍ନ ଉଠିଛି l ଠିକାଦାର ଏବଂ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details