ଓଡିଶା

odisha

By

Published : Jul 21, 2021, 9:02 PM IST

ETV Bharat / state

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ

ପ୍ରେମୀଯୁଗଳଙ୍କୁ ଥାନାକୁ ଆଣି ଥାନାରେ ବିବାହ କରାଇଲେ ଥାନାଧିକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନାରେ । ଅଧିକ ପଢନ୍ତୁ...

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ
ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ

ନୟାଗଡ଼: ପ୍ରେମୀଯୁଗଳଙ୍କୁ ଥାନାକୁ ଆଣି ଥାନାରେ ବିବାହ କରାଇଲେ ଥାନାଧିକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନାରେ । ଶରଣକୁଳ ଥାନା ଅଧିନସ୍ଥ ଶିଖରପୁର ଗ୍ରାମର ପ୍ରକାଶ କୁମାର ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ ସେହି ଗ୍ରାମର ତ୍ରିନାଥ ନାୟକଙ୍କ ପୁଅ ଶୋଭନ ନାୟକଙ୍କୁ ଭଲପାଉଥିଲେ । କିନ୍ତୁ, ବିବାହ ପାଇଁ ପରିବାରର ଲୋକେ ସ୍ବୀକୃତି ନଦେବାରୁ ଉଭୟ ପ୍ରେମୀ ଯୁଗଳ ଘର ଛାଡି କେଉଁଆଡେ ଚାଲିଯାଇଥିଲେ ।

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ

ତେବେ ଏନେଇ ଶୁଭଶ୍ରୀଙ୍କ ବାପା ତ୍ରିନାଥ ନାୟକ ଶରଣକୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ପ୍ରେମୀ ଯୁଗଳଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସୁରାଗ ପାଇନଥିଲେ । କିନ୍ତୁ, ଗତକାଲି ସେମାନେ ଭୁବନେଶ୍ୱରରେ ଥିବା ଜାଣିପାରି ସେମାନଙ୍କୁ ଉଠାଇ ଆଣିଥିଲା ଶରଣକୁଳ ପୋଲିସ ଏବଂ ଉଭୟ ପରିବାରଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲେ । ହେଲେ ଉଭୟ ପରିବାର ଲୋକେ ବିବାହକୁ ସୀକୃତି ଦେଇନଥିଲେ । ଅନ୍ୟପଟେ ୨ ପ୍ରେମୀ ଯୁଗଳ ସାବାଳକ ହୋଇଥିବାରୁ ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତିରେ ଥାନା ଭିତରେ ଥିବା ତ୍ରିନାଥ ମନ୍ଦିରରେ ଉଭୟଙ୍କ ବିବାହ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ବିବାହରେ ୨ ପ୍ରେମୀଯୁଗଳ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details