ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ - ନୟାଗଡ଼ରେ ବିଦ୍ୟୁତ ସଙ୍କଟ

ବିଦ୍ୟୁତ ବିଭ୍ରାଟ ନେଇ ଓଡ଼ଗାଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗୁଣ୍ଠାସାହି ଗ୍ରାମବାସୀଙ୍କ ବିକ୍ଷୋଭ । ବାହାରୁ ତାଲା ପକାଇ ଲାଇନ କାଟି ବିକ୍ଷୋଭ ପ୍ରଦର୍ଶନ । ଘଟଣାସ୍ଥଳରେ ଓଡ଼ଗାଁ ଥାନା ପୋଲିସ ପହଞ୍ଚି ଯନ୍ତ୍ରୀଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ
ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ

By

Published : Sep 30, 2022, 7:05 PM IST

ନୟାଗଡ଼: ବିଦ୍ୟୁତ ବିଭ୍ରାଟ ନେଇ ଓଡ଼ଗାଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ । ବାହାରୁ ତାଲା ପକାଇ ଲାଇନ କାଟି ବିକ୍ଷୋଭ ପ୍ରଦର୍ଶନ କଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୁଣ୍ଠାସାହି ଗ୍ରାମବାସୀ । ଖବର ପାଇ ଓଡ଼ଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯନ୍ତ୍ରୀଙ୍କୁ ଉଦ୍ଧାର କରିଛି ।

ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ

ଅଭିଯୋଗ ଅନୁସାରେ, ପଲ୍ଲୀ ଗୁଣ୍ଠାସାହି ଗ୍ରାମରେ ଶହେ ପରିବାର ପାଇଁ ଗୋଟିଏ ୨୫ କେଭି ଟ୍ରାନ୍ସଫର୍ମର କାର୍ଯ୍ୟ କରୁଥିଲା । ଟ୍ରାନ୍ସଫର୍ମର ଆଜିକୁ ୧୬ ଦିନ ହେବ ପୋଡ଼ିଯିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ଧାରିଆ ରାସ୍ତାରେ ଯିବା ଆସିବା କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିଲା । ଏନେଇ ଗ୍ରାମବାସୀମାନେ ବିଦ୍ୟୁତ୍ ବିଭାଗକୁ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ ।

ଫଳରେ ଗାଁର ଶତାଧିକ ଲୋକ ଆଜି (ଶୁକ୍ରବାର) ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଆସି ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମହାରଣାଙ୍କୁ କେବେ ଟ୍ରାନ୍ସଫର୍ମର ଲାଗିବ ବୋଲି ପଚାରିଥିଲେ । କିନ୍ତୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଲୋକମାନେ ଉତକ୍ଷିପ୍ତ ହୋଇ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଥିଲେ । ଏହା ପରେ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହ ଯନ୍ତ୍ରୀଙ୍କ ଅଫିସକୁ ବାହାରୁ ତାଲା ପକାଇ ଲାଇନ୍ କାଟି ଦେଇଥିଲେ ।

ଯନ୍ତ୍ରୀ ଜିତେନ୍ଦ୍ର ମହାରଣାଙ୍କ ନାମରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସେ ମିଟର ଲଗାଇବା କିମ୍ବା ଲାଇନ୍ ଟାଣିବାକୁ ହେଲେ ଗ୍ରାହକଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଆଜି ଲୋକମାନେ ଦୀର୍ଘ ଦୁଇ ଘଣ୍ଟା ହୋହାଲ୍ଲା କରିବା ପରେ ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଯନ୍ତ୍ରୀଙ୍କୁ ସୁରକ୍ଷା ଦେଇଥିଲେ । ତେବେ ଆଜି ସନ୍ଧ୍ୟାରେ ଏକ ଟ୍ରାନ୍ସଫର୍ମର ପଲ୍ଲି ଗୁଣ୍ଠାସାହିରେ ଲାଗିବ ବୋଲି ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details