ଓଡିଶା

odisha

ETV Bharat / state

ରାସ୍ତା ନସରୁଣୁ ଫଳକ ଉଦଘାଟନ କରିବାକୁ ଯାଇ ହଟହଟା ବିଜେଡି ବିଧାୟକ

ରାସ୍ତା ନସରୁଣୁ ଫଳକ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ବିଧାୟକଙ୍କୁ ଘଣ୍ଟାଏ ଅଟକ ରଖିଲେ ଲୋକେ । ଅଧିକ ପଢନ୍ତୁ...

By

Published : Aug 25, 2021, 10:45 AM IST

ରାସ୍ତା ନସରୁଣୁ ଫଳକ ଉଦଘାଟନ କରି ହଟହଟା ବିଜେଡି ବିଧାୟକ
ରାସ୍ତା ନସରୁଣୁ ଫଳକ ଉଦଘାଟନ କରି ହଟହଟା ବିଜେଡି ବିଧାୟକ

ନୟାଗଡ: ରାସ୍ତାକାମ ନସରୁଣୁ ଫଳକ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାସ୍ତା ନିର୍ମାଣ ନସରୁଣୁ ଆଗୁଆ ବିଲ ଉଠାଇବା ପାଇଁ ଅଧାପନ୍ତରିଆ ରାସ୍ତାକୁ ଉଦଘାଟନ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଜୋରଦାର ବିରୋଧ କରିଛନ୍ତି ।

ରାସ୍ତା ନସରୁଣୁ ଫଳକ ଉଦଘାଟନ କରି ହଟହଟା ବିଜେଡି ବିଧାୟକ

ବିଧାୟକଙ୍କ ସମେତ ଗାଁକୁ ଯାଇଥିବା ଅନ୍ୟ ନେତାମାନଙ୍କୁ ଗାଁ ଲୋକେ ପ୍ରାୟ ଦେଢ଼ ଘଣ୍ଟା ଧରି ଅଟକ ରଖିବା ସହ ନିର୍ମାଣ ନସରୁଣୁ କିଭଳି ଫଳକ ଉଦଘାଟନ ହେବ ବୋଲି ପ୍ରଶ୍ନ କରିଥିଲେ । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ବିଧାୟକ ଓ ସ୍ଥାନୀୟ ବିଜେଡି ନେତାଙ୍କୁ ଏଭଳି ହଟହଟା ହେବାକୁ ପଡ଼ିଥିବା ବେଳେ ଏନେଇ ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ l ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ କିଛି ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଛାଡ଼ିନଥିଲେ l

ତେବେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଦୁଇ ମାସ ଭିତରେ ଅସମ୍ପୂର୍ଣ୍ଣ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ପ୍ରତିଶୁତି ଦେବାପରେ ରାସ୍ତା ଅବରୋଧରୁ ଅଞ୍ଚଳବାସୀ ହଟିଥିବା ଜଣାପଡିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details