ନୟାଗଡ଼: ବେଆଇନ ବିଦେଶୀ ମଦ କାରବାର ଉପରେ ପୋଲିସର ଚଢାଉ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ନୟାଗଡ ପୋଲିସ। ତେବେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ପୁଲିସ ବେଆଇନ ମଦ କାରବାର ମାମଲାରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ।
ବେଆଇନ ବିଦେଶୀ ମଦ କାରବାର ଉପରେ ଚଢାଉ, ଜଣେ ଗିରଫ - ନୟାଗଡ଼ ଖବର
ବିଦେଶୀ ମଦ କାରବାର ଉପରେ ପୋଲିସ ଚଢାଉ । ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ନୟାଗଡ ପୋଲିସ। ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି। ଅଧିକ ଖବର ପଢନ୍ତୁ...
![ବେଆଇନ ବିଦେଶୀ ମଦ କାରବାର ଉପରେ ଚଢାଉ, ଜଣେ ଗିରଫ ବେଆଇନ ବିଦେଶୀ ମଦ କାରବାର ଉପରେ ଚଢାଉ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-9219235-thumbnail-3x2-kkjpg.jpg)
ବେଆଇନ ବିଦେଶୀ ମଦ କାରବାର ଉପରେ ଚଢାଉ, ଜଣେ ଗିରଫ
ଗିରଫ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ ଥାନା ଅନ୍ତର୍ଗତ ଇନ୍ଦିପଟା ଗ୍ରାମର ନବୀନ ବାରିକଙ୍କ ପୁଅ କାର୍ତ୍ତିକ ବାରିକ । ତାଙ୍କଠାରୁ ଗଣିଆ ଥାନା ପୁଲିସ ୪ଟି ୩୭୫ ଏମ୍ଏଲ୍ ମଦ ବୋତଲ ଜବତ କରିଥିବାବେଳେ ୨୦ଟି ୧୮୦ ଏମ୍ଏଲ୍ ମଦ ବୋତଲ ଜବତ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ