ଓଡିଶା

odisha

By

Published : Jun 28, 2021, 8:55 PM IST

ETV Bharat / state

ସୁଧଟଙ୍କା ପାଇଁ ମହିଳାଙ୍କ ଦବଙ୍ଗଗିରି, ରାସ୍ତା ଉପରେ ଲାଇନମ୍ୟାନଙ୍କୁ ନିସ୍ତୁକ ମାଡ

ନୟାଗଡରେ ଅଭାବନୀୟ ଘଟଣା। ରାସ୍ତା ଉପରେ ଜଣେ ଲାଇନମ୍ୟାନଙ୍କୁ ଘୋଷାଡି ପଟିଲେ ମହିଳା । ଆର୍ଥିକ କାରବାରରୁ ଘଟଣା ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ସୁଧଟଙ୍କା ପାଇଁ ମହିଳାଙ୍କ ଦବଙ୍ଗଗିରି, ରାସ୍ତା ଉପରେ ଲାଇନମ୍ୟାନଙ୍କୁ ନିସ୍ତୁକ ମାଡ
ସୁଧଟଙ୍କା ପାଇଁ ମହିଳାଙ୍କ ଦବଙ୍ଗଗିରି, ରାସ୍ତା ଉପରେ ଲାଇନମ୍ୟାନଙ୍କୁ ନିସ୍ତୁକ ମାଡ

ନୟାଗଡ଼ :ଜଣେ ଲାଇନମ୍ୟାନଙ୍କୁ ରାସ୍ତା ଉପରେ ନିସ୍ତୁକ ପିଟିଲେ ମହିଳା । ଟଙ୍କା ନେଣ ଦେଣକୁ ନେଇ ରାସ୍ତା ଉପରେ ଦେଖିବାକୁ ମିଳିଛି ଏପରି ହାଇଡ୍ରାମା । ତେବେ ଘଟଣା କେବଳ ରାସ୍ତା ଉପରେ ସୀମିତ ନାହିଁ ବରଂ ପହଞ୍ଚିଛି ଥାନାରେ । ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ।

ସୁଧଟଙ୍କା ପାଇଁ ମହିଳାଙ୍କ ଦବଙ୍ଗଗିରି, ରାସ୍ତା ଉପରେ ଲାଇନମ୍ୟାନଙ୍କୁ ନିସ୍ତୁକ ମାଡସୁଧଟଙ୍କା ପାଇଁ ମହିଳାଙ୍କ ଦବଙ୍ଗଗିରି, ରାସ୍ତା ଉପରେ ଲାଇନମ୍ୟାନଙ୍କୁ ନିସ୍ତୁକ ମାଡ

ମିଳିଥିବା ସୂଚନା ଅନୁସାରେ ରାଜସୁନାଖଳା ବିଦ୍ୟୁତ ଷ୍ଟେସନର ଲାଇନମ୍ୟାନ ଭାବେ କାର୍ଯ୍ୟରତ ବାଳକୃଷ୍ଣ ରାଉତ ତାଙ୍କ ଝିଅ ବାହାଘର ପାଇଁ ତାଙ୍କ ପଡୋଶୀ ଶାନ୍ତିଲତା ରଗଡ଼ଙ୍କ ଠାରୁ 2 ଲକ୍ଷ 32 ହଜାର ଟଙ୍କା ଉଧାର ନେଇଥିଲେ । ତେବେ ବାଳକୃଷ୍ଣଙ୍କ କହିବାର କଥା ହେଉଛି ସେ ନିୟମିତ ଶାନ୍ତିଲତାଙ୍କୁ ସୁଧ ଟଙ୍କା ଦେଇ ଆସୁଥିଲେ । ମାତ୍ର ଗତକାଲି ବାଳକୃଷ୍ଣ ରାଜସୁନାଖଳାର ଏକ ଟ୍ରାକ୍ଟର ସୋରୁମକୁ ବିଦ୍ୟୁତ ସଂଯୋଗ ଦେବାପାଇଁ କାମ କରୁଥିବାବେଳେ ହଠାତ ସେଠାରେ ଶାନ୍ତିଲତା ପହଞ୍ଚିଥିଲେ । ସେଠାରେ ବାଳକୃଷ୍ଣଙ୍କୁ ଶାନ୍ତିଲତା ମାଡ଼ ମାରିବା ସହ ଘୋଷାଡି ଘୋଷାଡି ରାଜସୁନାଖଳା ଫାଣ୍ଡିକୁ ନେଇଥିଲେ l ତେବେ ଥାନାରେ ଉଭୟ ପକ୍ଷ ଲିଖିତ ଅଭିଯୋଗ କରି ନଥିବା କହିଛନ୍ତି ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ।

ନୟାଗଡରୁ ଜୟେନ୍ଦ୍ର ବେହେରା , ଇଟିଭି ଭାରତ

ABOUT THE AUTHOR

...view details