ନୟାଗଡ଼:ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ । ନୟାଗଡ଼ ଜିଲ୍ଲାର ରଣପୁର, ଓଡଗାଁ, ଦଶପଲ୍ଲା ଏବଂ ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଭରିଛନ୍ତି । ନୟାଗଡ ପୌରାଧ୍ୟକ୍ଷ ପଦବୀ ପାଇଁ ବିଜେଡି ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ତେବେ ନୟାଗଡ଼ର ପୂର୍ବତନ ନଗରପାଳ ନିରୁପମା ଖଟେଇଙ୍କୁ ବିଜେଡ଼ି ପ୍ରାର୍ଥୀନୀ ଭାବେ ଘୋଷଣା କରିବା ପରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦଳୀୟ ନେତୃବୃନ୍ଦ । ସୂଚନା ଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ଉତ୍କଳ ସାମ୍ବାଦିକ ସଂଘର ନୟାଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଧର୍ମପତ୍ନୀ ହେଉଛନ୍ତି ନିରୂପମା । ସେହିପରି ଦଶପଲ୍ଲା NAC ପାଇଁ ବିଜେଡ଼ି ପ୍ରାର୍ଥୀନୀ ରୀନା ବେହେରା ନାମାଙ୍କନ ଦାଖଲ କରିଛନ୍ତି ।