ନୟାଗଡ଼:ପ୍ରସିଦ୍ଧ ଲୋକକଳା ଗ୍ରାମ ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ଦିବସରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଦଶପଲ୍ଲାରେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିଥିବାବେଳେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଦିନବେଳା ମନ୍ଦିରରେ ନୀତିକାନ୍ତି ସହ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ କରାଯାଇଥିଲା ।
ପ୍ରଭୁ ଶ୍ରୀରାମ ଚନ୍ଦ୍ର ଲଙ୍କାପତି ରାବଣକୁ ନିଧନ କରିସାରିବା ପରେ ସୀତା ମାତାଙ୍କୁ ଅଗ୍ନି ପରୀକ୍ଷା କରାଇ ବିଭୀଷଣଙ୍କ ନିର୍ଦ୍ଦେଶରେ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି । ବାଟରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପୁଷ୍ପକ ବିମାନ ଉପରୁ, ସୀତା ମାତାଙ୍କୁ ବିଭିନ୍ନ ସ୍ଥାନ ଦେଖାଇଥାନ୍ତି ଏବଂ ଶେଷରେ ଋଷି ଭରଦ୍ଵାଜଙ୍କ ଆଶ୍ରମରେ ଆସି ବିଶ୍ରାମ କରନ୍ତି । ଭରଦ୍ଵାଜଙ୍କ ଆଶ୍ରମରୁ ଶ୍ରୀ ହନୁମାନଙ୍କୁ ବାର୍ତ୍ତା ଦେଇ ଅଯୋଧ୍ୟା ପ୍ରେରଣ କରନ୍ତି ।