ଓଡିଶା

odisha

ETV Bharat / state

‘ଜାଗା ମିଶନ୍’ ଅଧିନରେ ନୟାଗଡରେ 230 ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର - 230 ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର

ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ୨୩୦ ବସ୍ତି ବାସିନ୍ଦା ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ଅଧିକ ପଢନ୍ତୁ...

ଜାଗା ମିଶନ୍
ଜାଗା ମିଶନ୍

By

Published : Nov 7, 2020, 3:36 PM IST

ନୟାଗଡ: ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ୨୩୦ ବସ୍ତି ବାସିନ୍ଦା ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ‘ଜାଗା ମିଶନ’ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି ।

‘ଜାଗା ମିଶନ୍’ ଅଧିନରେ 230 ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର

ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗ ଦେଇଥିଲେ। ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବସ୍ତି ବାସିନ୍ଦାଙ୍କୁ ସମ୍ମାନ ତଥା ଭୂମି ପ୍ରମାଣ ପତ୍ର ଦେବାରେ ଅନ୍ୟ ରାଜ୍ୟଠାରୁ ଓଡିଶା ଆଗରେ ବୋଲି କହିଛନ୍ତି।

କେବଳ ଭୂମି ପ୍ରମାଣ ପତ୍ର ନୁହେଁ ବରଂ ଆବଶ୍ୟକତା ଦୃଷ୍ଟିରୁ ଆବାସ ଯୋଜନା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି l ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details