ନୟାଗଡ଼: ସମସ୍ୟା ଘେରରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ । ପ୍ରତିଦିନ ଏଠାକୁ ନୟାଗଡ଼ ଜିଲ୍ଲାର ସୀମାନ୍ତ ଏବଂ ଖୋର୍ଦ୍ଧାରୁ ଅନେକ ରୋଗୀ ଆସିଥାନ୍ତି । ମାତ୍ର ଏହି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ରୋଗୀ ନାନା ହଇରାଣ ହରକତ ହେଉଛନ୍ତି ।
ଯେଉଁଠି 7 ଜଣ ଡାକ୍ତର ରହିବା କଥା ସେଠାରେ ମାତ୍ର 3 ଜଣ ଡାକ୍ତର ଅଛନ୍ତି । ସେହି 3 ଜଣ ଡାକ୍ତର ହିଁ ରୋଗୀଙ୍କୁ ପାଳି କରି ସେବା ପ୍ରଦାନ କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ରୋଗୀ l ନିରାମୟ କେନ୍ଦ୍ରରେ ଜଣେ ମାତ୍ର କର୍ମଚାରୀ ଥିବାରୁ ରାତିରେ ଖୋଲୁନି ନିରାମୟ କେନ୍ଦ୍ର l ସରକାର ୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ୨୦୧୭ ମସିହାରେ ଏକ ମାତୃ ଓ ଶିଶୁମଙ୍ଗଳ ଗୃହ ନିର୍ମାଣ କରିଛନ୍ତି l କିନ୍ତୁ ଏଠାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ପଦବି ଖାଲି ପଡ଼ିଥିବାରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ଚିକିତ୍ସା ହୋଇପାରୁନାହିଁ l ତେଣୁ ବାଧ୍ୟ ହୋଇ ଗରିବ ଦିନମଜୁରିଆ ଶ୍ରେଣୀର ଲୋକମାନେ ଭୁବନେଶ୍ବର ଯାଇ ବିଭିନ୍ନ ଘରୋଇ ହସପିଟାଲରେ ଚିକିତ୍ସା କରାଇ ବ୍ୟୟ ବହୁଳ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।