ନୟାଗଡ:ରାଜ୍ୟରେ ଅନେକ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ନୟାଗଡ ଜିଲ୍ଲା ଓଡଗାଁ ବ୍ଳକରେ ରୂପାନ୍ତରିତ ହୋଇଥିବା କୁରାଳ ସ୍ମାର୍ଟ ସ୍କୁଲକୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ । ଗତ ୧୬ ତାରିଖରେ ଏହି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଟାର୍ଗେଟ କରି ଦିଅଁ ନଥାଇ ମନ୍ଦିର ସ୍ଥାପନ ହେଉଥିବା କହିଛି କଂଗ୍ରେସ ।
ସ୍କୁଲରେ ଶିକ୍ଷକ ନଥାଇ କିପରି ସ୍ମାର୍ଟ ସ୍କୁଲ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି l ସ୍କଲରେ ଶିକ୍ଷକ ଅଭାବ ଥିବା ଅଭିଯୋଗ ହୋଇଛି l 5 T ରୂପାନ୍ତରିକରଣ ମାଧ୍ୟମରେ ସରକାରୀ ବିଦ୍ୟାଳୟଗୁଡିକ ଚକାଚକ କରୁଛନ୍ତି l ଏଥିପାଇଁ ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟରେ କୁରାଳ ହାଇସ୍କୁଲ ନବକଳେବର ହୋଇଛି l ଦିଅଁ ନଥାଇ ମନ୍ଦିରର କି ମୂଲ୍ୟ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ ।