ଓଡିଶା

odisha

ETV Bharat / state

ଅଚଳ ଡାଇଲିସିସ ସେବା, ଚିକିତ୍ସା ନ ପାଇ ହନ୍ତସନ୍ତ ଶତାଧିକ କିଡନୀ ରୋଗୀ - ନୟାଗଡ଼ରେ ଅଚଳ ଡାଇଲିସିସ ସେବା

ଅବ୍ୟବସ୍ଥା ଘେରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅଚଳ ଡାଇଲିସିସ ସେବା, ଚିକିତ୍ସା ନ ପାଇ ହନ୍ତସନ୍ତ ଶତାଧିକ କିଡନୀ ରୋଗୀ । ଅଧିକ ପଢନ୍ତୁ

ଅଚଳ ଡାଇଲିସିସ ସେବା, ଚିକିତ୍ସା ନ ପାଇ ହନ୍ତସନ୍ତ ଶତାଧିକ କିଡନୀ ରୋଗୀ
ଅଚଳ ଡାଇଲିସିସ ସେବା, ଚିକିତ୍ସା ନ ପାଇ ହନ୍ତସନ୍ତ ଶତାଧିକ କିଡନୀ ରୋଗୀ

By

Published : Dec 29, 2021, 7:27 AM IST

ନୟାଗଡ଼:ଅବ୍ୟବସ୍ଥା ଘେରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଜିଲ୍ଲାରେ ଗୁରୁତର କିଡନୀ ରୋଗୀଙ୍କୁ ଦୀର୍ଘଦିନ ଧରି ମିଳୁନି ଡାଏଲିସିସ ସେବା । କେତେବେଳେ ଜେନେରେଟର ସମସ୍ୟା ତ ପୁଣି କେତେବେଳେ RO ମେସିନ ପାଇଁ ପାଣି ନଥିବାରୁ ଚିକତ୍ସା ନପାଇ ଫେରୁଛନ୍ତି ଶହ ଶହ କିଡନୀ ରୋଗୀ।

ଅଚଳ ଡାଇଲିସିସ ସେବା, ଚିକିତ୍ସା ନ ପାଇ ହନ୍ତସନ୍ତ ଶତାଧିକ କିଡନୀ ରୋଗୀ


ଯାହାକୁ ନେଇ ଗାଁ ଗହଳିରୁ ଆସୁଥିବା ବହୁ ଗୁରୁତର କିଡନୀ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଶହ ଆବଶ୍ୟକୀୟ ଚିକିତ୍ସା ନପାଇ ଘରକୁ ଫେରିଯାଉଥିବା ଦେଖିବାକୁ ମିଳୁଛି। କେତେବେଳେ ଜେନେରେଟର ଚାଲୁ ନହେବା ତ ପୁଣି କେତେବେଳେ ଡାଇଲିସିସ ହେଉନି l ଅବହେଳା ଯୋଗୁଁ ଅନେକ କିଡନୀ ରୋଗୀଙ୍କ ଜୀବନ ଚାଲିଯାଇଥିବା ସଂଗୀନ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଏବେ ଡାଇଲିସସ ପାଇଁ ଆବଶକୀୟ ପାଣି ଓ ମେସିନ ଅଚଳ ହେବା ଯୋଗୁଁ ଜିଲ୍ଲାର ଶହଶହ କିଡନୀ ରୋଗୀ ଡାଇଲିସସ ସେବାରୁ ବଞ୍ଚିତ ରହୁଛନ୍ତି।

ଜିଲ୍ଲାର ଶହ ଶହ କିଡନୀ ରୋଗୀ ଡାଇଲିସସ ପାଇଁ ବର୍ଷ ବର୍ଷ ଧରି ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନନେବା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଉଛି l ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details