ଓଡିଶା

odisha

ETV Bharat / state

57 ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ପ୍ରଶାସନର ନାହିଁ ନିଘା - ନୟାଗଡ ନ୍ୟୁଜ

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା l ନୟାଗଡ ଜିଲ୍ଲାକୁ ଅତିକ୍ରାନ୍ତ କରି ଯାଇଛି ଏହି ଜାତୀୟ ରାଜପଥ l ଅଧିକ ପଢନ୍ତୁ:

57 ନଂଜାତୀୟ ରାଜପଥ ପାଲଟିଛି ମରଣଯନ୍ତା
57 ନଂଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

By

Published : Oct 18, 2020, 10:38 PM IST

ନୟାଗଡ: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା l ନୟାଗଡ ଜିଲ୍ଲାକୁ ଅତିକ୍ରାନ୍ତ କରି ଯାଇଛି ଏହି ଜାତୀୟ ରାଜପଥ l ଏହି ରାଜପଥରେ ଅନେକ ସ୍ଥାନରେ ବୃହତ ଗର୍ତ୍ତ ସୃଷ୍ଟି ହୋଇଛି l ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି l ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଛି l

57 ନଂଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

କିଛି ଦିନ ତଳେ ବିନୋଦପଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଥିଲା l ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା l ଏମିତିକି ରାସ୍ତାଟି ଖାଲଖମାରେ ଥିବାରୁ ଅନେକ ଦୁର୍ଘଟଣା ମୃତ୍ୟୁର କାରଣ ପାଲଟିଛି l ରାଜପଥରେ ଯାତାୟାତ କରୁଥିବା ଲୋକେ କୌଣସି ସ୍ଥାନକୁ ଗଲେ ବିଳମ୍ବରେ ପହଞ୍ଚୁଛନ୍ତି l ଆମ୍ବୁଲାନ୍ସ ବି ସଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନି l ଏହି ରାସ୍ତାରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଦୈନିକ ଯିବା ଆସିବା କରନ୍ତି l କିନ୍ତୁ ଦୀର୍ଘଦିନର ଏ ସମସ୍ୟା କିଭଳି ସମାଧାନ କରାଯିବ, ସେ ଦିଗରେ ସେମାନଙ୍କ ନଜର ପଡୁନି l

ଏହାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି l ଜାତୀୟ ରାଜପଥ ପ୍ରାଧିକରଣ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details