ଓଡିଶା

odisha

ETV Bharat / state

କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ, CDMOଙ୍କୁ ଭେଟି ଦାବି ଜଣାଇଲା ଖଣ୍ଡପଡା ବିକାଶ ମଞ୍ଚ - khandapada bikash mancha met to cdmo

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ । ପ୍ରତିବାଦ କରି ଡାକ୍ତର ନିଯୁକ୍ତି ଦାବି କଲା ଖଣ୍ଡପଡା ବିକାଶ ମଞ୍ଚ । ଅଧିକ ପଢନ୍ତୁ

କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ, CDMOଙ୍କୁ ଭେଟି ଦାବି ଜଣାଇଲା ଖଣ୍ଡପଡା ବିକାଶ ମଞ୍ଚ
କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ, CDMOଙ୍କୁ ଭେଟି ଦାବି ଜଣାଇଲା ଖଣ୍ଡପଡା ବିକାଶ ମଞ୍ଚ

By

Published : May 5, 2022, 7:15 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ । ପ୍ରତିବାଦ କରି ଡାକ୍ତର ନିଯୁକ୍ତି ଦାବି କଲା ଖଣ୍ଡପଡା ବିକାଶ ମଞ୍ଚ । କଣ୍ଟିଲୋ ଏବଂ ଏହାର ଚାରିପାଖରେ ଥିବା ୧୦ଟି ପଞ୍ଚାୟତର ଜନସାଧାରଣ ଦୀର୍ଘ ଦିନଧରି ଭୋଗୀ ଆସୁଥିବା ସ୍ୱାସ୍ଥ୍ୟସେବା ସମ୍ବନ୍ଧିତ ସମସ୍ୟାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ(CDMO)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି(ଗୁରୁବାର) ଖଣ୍ଡପଡା ବିକାଶ ମଞ୍ଚର ଆବାହକ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଏକ ବର୍ଷ ଧରି କେହି ଡାକ୍ତର ନଥିବା କଥା CDMOଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖଣ୍ଡପଡା ଏବଂ ଭାପୁର ବ୍ଲକରେ ଦୀର୍ଘଦିନ ଧରି କିଡନୀ ରୋଗୀମାନଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ତଦନୁସାରେ ଚିକିତ୍ସା ସେବା ମିଳୁନଥିବା CDMOଙ୍କ ନିକଟରେ ଅଭିଯୋଗ ହୋଇଛି ।

କଣ୍ଟିଲୋରେ ରୋଗୀ ସେବା ବିପର୍ଯ୍ୟସ୍ତ, CDMOଙ୍କୁ ଭେଟି ଦାବି ଜଣାଇଲା ଖଣ୍ଡପଡା ବିକାଶ ମଞ୍ଚ


ନିୟମ ଅନୁସାରେ ମାସିକ ୨୦ ଜଣ ମହିଳାଙ୍କ ପ୍ରସୂତି ହେବା ପାଇଁ ୨ ଜଣ ଡାକ୍ତର ରହିବାର ଆବଶ୍ୟକତା ଅଛି । କିନ୍ତୁ, ଡାକ୍ତର ନାହାନ୍ତି । କଣ୍ଟିଲୋ ଅଞ୍ଚଳରେ ୬୦ ହଜାରରୁ ଅଧିକ ଲୋକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି କିନ୍ତୁ, ଡାକ୍ତର ନଥିବାରୁ ସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ଏବଂ ଭୁବନେଶ୍ୱର ଯିବାକୁ ପଡୁଛି, ଯାହା ରୋଗୀଙ୍କୁ ହନ୍ତସନ୍ତ କରୁଛି । ଏକ ସପ୍ତାହ ମଧ୍ୟରେ ଜଣେ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତ ନ ଦିଆଗଲେ ଖଣ୍ଡପଡା ବିକାଶ ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଅଭିଳାଷ ପଣ୍ଡା ଚେତାବନୀ ଦେଇଛନ୍ତି ।


ଏହି ପ୍ରତିନିଧି ମଣ୍ଡଳୀରେ ଅଭିଳାଷ ପଣ୍ଡାଙ୍କ ସମେତ ନୀଳମାଧବ ପଣ୍ଡା, ପରମେଶ୍ବର ମହାନ୍ତି, ଦିବେଶ କୁମାର ବେହେରା, ଇତିରଞ୍ଜନ ସାହୁ ପ୍ରମୁଖ CDMOଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details