ଓଡିଶା

odisha

ETV Bharat / state

କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ - କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ

ନୟାଗଡ଼ କଣ୍ଟିଲୋ ନୀଳମାଧବ ପୀଠର ଆବଶ୍ୟକ ବିକାଶକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣିଛି ଖଣ୍ଡପଡ଼ା ବିକାଶ ମଞ୍ଚ । ଅଧିକ ପଢନ୍ତୁ

କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ
କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ

By

Published : May 3, 2022, 5:49 PM IST

ନୟାଗଡ଼:ଜଗନ୍ନାଥଙ୍କ ଆଦ୍ୟ ପୀଠ କଣ୍ଟିଲୋ ନୀଳମାଧଵ ପୀଠର ବିକାଶ ପରିଧି ବୃଦ୍ଧି ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛି ଖଣ୍ଡପଡ଼ା ବିକାଶ ମଞ୍ଚ । ନିକଟରେ ନୀଳମାଧଵ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ମାତ୍ର ଆବଶ୍ୟକ ବିକାଶକୁ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ନେଇ ମଞ୍ଚ ପକ୍ଷରୁ ୧୨ ଦଫା ଦାବିପତ୍ର ପ୍ରେସମିଟ ମାଧ୍ୟମରେ ସରକାରଙ୍କ ନିକଟରେ ଉପସ୍ଥାପନା ହୋଇଛି ।

କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ

ଏହି ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମନ୍ବିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । କିନ୍ତୁ ଏହି ପ୍ରକଳ୍ପ ମଧ୍ୟରେ ଅନେକ ଦିଗକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । କଣ୍ଟିଲୋ ନୀଳମାଧଵ ପୀଠ ଭଳି ଏକ ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ରର ଆବଶ୍ୟକ ବିକାଶକୁ ସରକାର ଧ୍ୟାନ ଦେବାକୁ ଖଣ୍ଡପଡା ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଯୁବନେତା ତଥା ଖଣ୍ଡପଡା ବିକାଶ ମଞ୍ଚର ଆବାହକ ଅଭିଳାଷ ପଣ୍ଡାଙ୍କ ଆବାହକ ଆହୁତ ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ବରିଷ୍ଠ ପୂଜକ ମନୋଜ ମିଶ୍ର, ରାସେଶ୍ବର ମିଶ୍ର ଏବଂ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେମାନେ ଦାବି କରିଛନ୍ତି ଯେ ନୀଳମାଧଵ କ୍ଷେତ୍ର ଏକ ପର୍ଯ୍ୟଟନ କ୍ଷେତ୍ର ନୁହେଁ, ଏହା ଏକ ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର । ଏହି ସ୍ଥାନର ବାହ୍ୟ ସୌନ୍ଦର୍ଯ୍ୟ ପାଇଁ କେବଳ ଫୁଲକୁଣ୍ଡ ଥୁଆ ବା ପଥର ବସା ପରିବର୍ତ୍ତିନ ନକରି, ଆଧ୍ୟାତ୍ମିକ ପରିବେଶର ଉନ୍ନତି କଳ୍ପେ ବେଦ ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ । ଛାତ୍ରମାନେ ଗୁରୁକୂଳ ପରିବେଶରେ ରହି ଅଧ୍ୟୟନ କରିବେ ସେଥିପାଇଁ ଛାତ୍ରାବାସର ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି । ପୁନଃ ମନ୍ଦିରରକୁ ସାରା ଭାରତରୁ ବିଶେଷ କରି ମାଘ ମାସରେ ଆସୁଥିବା ସାଧୁମାନଙ୍କପାଇଁ ରହିବାର ବ୍ୟବସ୍ଥା ଦୃଷ୍ଟିରୁ ମଠ, ସାଧୁଗୃହ ନିର୍ମାଣ କରାଯିବା ଲାଗି ଦାବି ହୋଇଛି ।

ଏହାସହିତ ଗୋଶାଳା, ନୀଳମାଧଵଙ୍କ ଉପରେ ଗବେଷଣା ପାଇଁ ଆସୁଥିବା ଗବେଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବିଧା ପାଇଁ ଏକ ପାଠାଗାର, ଉନ୍ନତମାନର ପଢ଼ିବା କକ୍ଷ ତଥା ଡିଜିଟାଲ ପାଠାଗାର ସ୍ଥାପନ, ମାସିକ ଏକ ମନ୍ଦିର ବୁଲେଟିନ ପ୍ରକାଶିତ କରିବା ସହ, ବାର୍ଷିକ କିଛି ବହି ପ୍ରକାଶିତ କରିବାର ବ୍ୟୟ ବରାଦ ପାଇଁ ମଧ୍ୟ ଦାବି ହୋଇଛି । ନୀଳମାଧଵ ସଡକ ପଥ ନିର୍ମାଣ ନ କରାଗଲେ ଏ ବିକାଶ ପୂର୍ଣ୍ଣ ହୋଇପାରିବ ନାହିଁ । ଏଣୁ ଭୁବନେଶ୍ବର ତଥା ପୁରୀରୁ ଏବଂ ନୟାଗଡ଼ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ପ୍ରଶସ୍ତିକରଣ ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହେବା ପାଇଁ ହୋଇଛି ଦାବି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details