ନୟାଗଡ: ରୁଗ୍ଣ ମାନସିକତା ଭାବେ ନିର୍ଦ୍ବନ୍ଦ୍ବରେ ନିଜର କାୟା ବିସ୍ତାର କରି ଚାଲିଛି କଙ୍ଗାରୁ କୋର୍ଟ । ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ ।
ଜିଲ୍ଲାର ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ ଗାଁରେ କଙ୍ଗାରୁ କୋର୍ଟ ଖବର ସାମ୍ନାକୁ ଆସିଛି । ଏହି କୋର୍ଟ କଳାଯାଦୁର ସାହାରା ନେଇ ଅମାନୁଷିକ କାଣ୍ଡ ଘଟାଇଛି । ଚୋରି ସନ୍ଦେହରେ ଗାଁ ଦାଣ୍ଡରେ ଖଟ ବୁଲୁଥିବା ଦେଖିବାକୁ ମିଳିଛି । ଖଟ ଜଣଙ୍କ ଘରେ ବାଜିବାରୁ ଗାଁ ଲୋକେ ଉକ୍ତ ଘରର ସଦସ୍ୟଙ୍କୁ ମିଶି ମାଡ ମାରିଛନ୍ତି ।
ଗତ ମେ ମାସ 18 ତାରିଖରେ ଗାଁର ଭାସ୍କର ଦୋରାଙ୍କ ଘରୁ ଆଲମିରା ଭାଙ୍ଗି ଲୁଟ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ପୋଲିସ ଚୋର ଧରିବାରେ ବିଫଳ ହେବାରୁ ଭାସ୍କର ଗାଁରେ କଙ୍ଗାରୁ କୋର୍ଟ ବସାଇଥିଲେ ।