ନୟାଗଡ:ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଚାଷୀ ମାନଙ୍କର ସଭା ପଟିଆ ପଞ୍ଚାୟତ କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି l ସମିତି ସଭ୍ୟ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ସଭା l କଦମଝୋଲା,ପଟିଆ,ଜିରୀପଡା, ପାଇକସାହି ଆଦି ମୌଜାରେ ଥିବା ସରକାରୀ ଜମିରେ କାଜୁ କର୍ପୋରେସନ ଦଖଲ କରିଥିବାରୁ ସାଧାରଣ ଗରିବ ଜମିହୀନ ପରିବାର ଜମି ଲିଜ ପାଇ ପାରୁନାହାନ୍ତି।
ଦୀର୍ଘ ୨୨ବର୍ଷ ହେଲା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଜମି ଦଖଲ କରି ଲିଜ ଦରଖାସ୍ତ କରିଥିଲେ ମଧ୍ୟ ସରକାରଙ୍କ ଟାଳଟୁଳ ନୀତି ନେବାରୁ ଏଯାବତ ଚାଷୀ ମାନେ ଜମି ପାଇଲେ ନାହିଁ । ଯେତେବେଳେ ପଟିଆ ଅଞ୍ଚଳରେ ପତ୍ର କମ୍ପାନୀ ଭଳି ବଡ଼ ବଡ଼ କମ୍ପାନୀ ମାଲିକମାନେ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରି ଚାଲିଛନ୍ତି ।