ଓଡିଶା

odisha

ETV Bharat / state

ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳିତ - Pathani Samanta

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ ମସିହା ଆଜିର ଦିନରେ ଜନ୍ମିତ ହୋଇଥିଲେ ପଠାଣି ସାମନ୍ତ ।

ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳିତ
ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳିତ

By

Published : Jan 6, 2021, 10:35 PM IST

ନୟାଗଡ଼: ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ ମସିହା ଆଜିର ଦିନରେ ଜନ୍ମିତ ହୋଇଥିଲେ ପଠାଣି ସାମନ୍ତ ।

ସେ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ତାଙ୍କ ଜନ୍ମଦିବସକୁ ନୟାଗଡ଼ର ବହୁ ସ୍ଥାନରେ ଚଳିତବର୍ଷ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ଜନ୍ମମାଟି ଖଣ୍ଡପଡ଼ାରେ ମଧ୍ୟ ପାଳନ କରାଯାଇଛି । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ଥିଲେ ।

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ଆଦିରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details