ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ନୟାଗଡ଼ଠୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ସେଇ ଗୋଟିଏ ସ୍ଲୋଗାନ ପରୀକୁ ନ୍ୟାୟ ଦାବି l ଏହାରି ମଧ୍ୟରେ ପରୀ ବାପା ମା' ଙ୍କ ସହ ଆଲୋଚନା କରିଛନ୍ତି କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ l
ଆଲୋଚନା ପରେ ସେ ପରୀ ପରିବାରଙ୍କ ସହ ପରୀକୁ କିଭଳି ନ୍ୟାୟ ମିଳିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ l ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ନୟାଗଡ଼ରେ ଜଙ୍ଗଲ ରାଜ ଚାଲିଛି ।