ଓଡିଶା

odisha

By

Published : Dec 19, 2021, 6:57 PM IST

Updated : Dec 19, 2021, 7:29 PM IST

ETV Bharat / state

ରଣପୁର ଜଗନ୍ନାଥ ମନ୍ଦିର ବିକାଶ ପାଇଁ ତେଜୁଛି ଦାବି

ପୁରୀ ଶ୍ରୀମନ୍ଦିର ସହ ସମ ନୀତିକାନ୍ତି ଏବଂ ପୁରୀ ଜଗନ୍ନାଥ ମନ୍ଦିର ସହ ସାମଞ୍ଜସ୍ୟ ରଖୁଥିବା ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନା(Jagannath sena) ଏବଂ ଜନସାଧାରଣ l ରାଜ୍ୟ ସରକାର ଅନ୍ୟ ମନ୍ଦିର ପ୍ରତି ଅନୁକମ୍ପା ଦେଖାଉଥିଲେ ମଧ୍ୟ ରଣପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ନେଇ ବଢୁଛି ଅସନ୍ତୋଷ l ଅଧିକ ପଢନ୍ତୁ

Jagannath sena demand development of Ranpur Jagannath temple
ରଣପୁର ଜଗନ୍ନାଥ ମନ୍ଦିର ବିକାଶ ପାଇଁ ତେଜୁଛି ଦାବି

ନୟାଗଡ଼: ପୁରୀ ଶ୍ରୀମନ୍ଦିର ସହ ସମ ନୀତିକାନ୍ତି ଏବଂ ପୁରୀ ଜଗନ୍ନାଥ ମନ୍ଦିର ସହ ସାମଞ୍ଜସ୍ୟ ରଖୁଥିବା ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର(Ranpur Jagannath temple) ଉନ୍ନତି ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନା ଏବଂ ଜନସାଧାରଣ l ରାଜ୍ୟ ସରକାର ଅନ୍ୟ ମନ୍ଦିର ପ୍ରତି ଅନୁକମ୍ପା ଦେଖାଉଥିଲେ ମଧ୍ୟ ରଣପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ନେଇ ବଢୁଛି ଅସନ୍ତୋଷ l ଅନ୍ୟ ମନ୍ଦିରର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି ମାତ୍ର ରଣପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି l

ରଣପୁର ଜଗନ୍ନାଥ ମନ୍ଦିର ବିକାଶ ପାଇଁ ତେଜୁଛି ଦାବି

ପୁରୀ ଜଗନ୍ନାଥ ମନ୍ଦିର ପରେ ରଣପୁର ମନ୍ଦିରର ନିର୍ମାଣ କରାଯାଇଛି l କିନ୍ତୁ ଏତେ ପୁରାତନ ଥିବା ଏହି ମନ୍ଦିରର କୌଣସି ଉନ୍ନତି ନାହିଁ l କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ ରଣାସୁରପୁର ଯାହାକି ଆଧୁନିକ ରଣପୁରର ରାଜା ଉଦ୍ଧବ ନରେନ୍ଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ l ସେ ପ୍ରତିଦିନ ସ୍ନାନ ସାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅଶ୍ବ ଆରୋହଣ କରି ଶ୍ରୀକ୍ଷେତ୍ର ଯାଇଥାନ୍ତି l

ଏହାମଧ୍ୟ ପଢନ୍ତୁ:Man Returned Home After 24 Years: 24 ବର୍ଷ ପରେ ଫେରିଲା ହଜିଲା ପୁଅ, ପରିବାରରେ ଖୁସିର ଲହରି

ଏକଦା ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଉଦ୍ଧବ ଶ୍ରୀକ୍ଷେତ୍ର ଯାଇ ନ ପାରିବାରୁ ବ୍ରତ ଭଙ୍ଗ ହୋଇଥିଲା l ପରଦିନ ପୁରୀ କଳ୍ପବଟ ମୂଳେ 7 ଦିନ ଧରି ସେ ଅଧିଆ ପଡିଲେ l ଫଳରେ ତତ୍କାଳୀନ ପୁରୀ ଗଜପତି ପ୍ରତାପରୁଦ୍ର ଦେବ ଏବଂ ଉଦ୍ଧବଙ୍କୁ ସ୍ବପ୍ନାଦେଶ ହୋଇଥିଲା ଯେ, ପ୍ରଭୁଙ୍କ ଷୋଳ କଳାରୁ ଏକ କଳା ରଣପୁର ଯିବ l ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ଉଦ୍ଧବ ନରେନ୍ଦ୍ର 1363 ସାଲରେ ରଣପୁରରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ l

ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବ ରଣପୁର ରାଜା ଉଦ୍ଧବ ନରେନ୍ଦ୍ରଙ୍କ ଶିରରେ ଶାଢ଼ୀ ବାନ୍ଧି ନରେନ୍ଦ୍ର ଉପାଧିରେ ବିଭୂଷିତ କରିଥିଲେ l ଏବଂ ପୁରୀର ନରେନ୍ଦ୍ର ପୁଷ୍କରିଣୀ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ହିଁ ଖୋଳାଇ ଥିଲେ । ଭୌଗୋଳିକ, ପୌରାଣିକ,କିମ୍ବଦନ୍ତୀ ,ଏବଂ ଇତିହାସରେ ରଣପୁର ଜଗନ୍ନାଥ ମନ୍ଦିରର ଗୁରୁତ୍ବ ରହିଛି l ତେଣୁ ରଣପୁରର ସେବାୟତ, ଜଗନ୍ନାଥ ସେନା ଏବଂ ଗବେଷକ ମାନେ ଗତ ବର୍ଷ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା ପାଇଁ ଦାବି କରିବା ସହ ଏହାର ବିକାଶ ଦାୟିତ୍ବ ସରକାର ହାତକୁ ନେବା ପାଇଁ ଦାବି କରିଥିଲେ l ଏହି ଦାବିକୁ ଜନସାଧାରଣ ଏବଂ ଜଗନ୍ନାଥ ସେନା ପୁଣି ଦୋହରାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 19, 2021, 7:29 PM IST

ABOUT THE AUTHOR

...view details