ନୟାଗଡ଼: ବିଦ୍ୟୁତ ପାଇଁ ଦହଗଞ୍ଜ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମବାସୀ । 2018 ମସିହାରୁ ସରିଲାଣି ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ କାର୍ଯ୍ୟ । ହେଲେ ଦୁଇ ବର୍ଷ ବିତିବାକୁ ବସିଲାଣି କିନ୍ତୁ ଏଯାବତ ବିଦ୍ୟୁତ ସଂଯୋଗ କରାଯାଇନି l ଠିକା କମ୍ପାନୀର ଖାମଖିଆଲ ମନୋଭାବ ଓ ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ହେତୁ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।
ଲୋକଙ୍କୁ ନିରନ୍ତର ଭାବେ ବିଦ୍ୟୁତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଠାରେ ଏକ ବିଦ୍ୟୁତ ସବ ଷ୍ଟେସନ ତିଆରି କରାଯାଇଥିଲା l ଗଣିଆ ବ୍ଲକର ଚାମୁଣ୍ଡିଆ, ନୂଆପଲି, ବଡ଼ଶିଲିଂଗା, ରାସଙ୍ଗ ଗ୍ରାମ ପଞ୍ଚାୟତକୁ ବିଦ୍ୟୁତ ଯୋଗାଇବା ଲକ୍ଷ୍ୟ ଥିଲା l ଏକ ଠିକା କମ୍ପାନୀ ସବ ଷ୍ଟେସନ ତିଆରି ପାଇଁ ଦାୟିତ୍ବ ନେଇଥିଲା । 2018 ମସିହାରୁ ଏହାର ନିର୍ମାଣ ସରିଛି l ମାତ୍ର ଏଯାବତ ଏହି ସବ ଷ୍ଟେସନରୁ ଗାଁମାନଙ୍କୁ ବିଦ୍ୟୁତ ସଂଯୋଗ କରାଯାଇନି l ସବ ଷ୍ଟେସନ କାମ ସରିବା ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା l ତ୍ରୁଟି ସୁଧାରିବା ପାଇଁ 2 ବର୍ଷ ବିତିଗଲାଣି ହେଲେ ତ୍ରୁଟି ସୁଧୁରା ଯାଇପାରୁନି l